Thursday , January 20 2022
Breaking News
Home / ବିଶେଷ / ମହିଳା ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳା ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର , ୦୬/୧୨/୨୦୨୧ (ଓଡ଼ିଶା ସମାଚାର)- ଗତକାଲି ରସୁଲଗଡ଼ ଜିଜିପି କଲୋନୀ କୈବଲ୍ୟ ନଗର ରେ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆଜି ପୋଖରୀପୁଟ ଗଣ୍ଡମୁଣ୍ଡା ଲେକ୍ ଭ୍ୟାଲିର ଏକ ଭଡ଼ାଘରୁ ଜଣେ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ଗଜପତି ପାରଳାଖେମୁଣ୍ଡି ରାମଗିରିର ସୁଲୋଚନା ଗମାଙ୍ଗୋ (୨୭) , ତାଙ୍କ ସ୍ୱାମୀଙ୍କ ନାମ ସମ୍ବୁରୁ ଶବର । ସୁଲୋଚନା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ୟୁକୋ ବ୍ୟାଙ୍କ ମୁଖ୍ୟ ଶାଖାରେ ପଦସ୍ଥ ଅଧିକାରୀ ଥିଲେ । ସୁଲୋଚନାଙ୍କ ସ୍ୱାମୀ ଉଦ୍ୟାନ କୃଷି ବିଭାଗର ଜଣେ ପଦସ୍ଥ ଅଧିକାରୀ । ଗତ ୪ ବର୍ଷ ହେଲାଣି ଉଭୟେ ଅଲଗା ରହୁଛନ୍ତି । ବିବାହ ବିଚ୍ଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଖଣ୍ଡଗିରି ଥାନା ପୁଲିସ ସୁଲୋଚନା ଙ୍କ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।
ଉିଳିଥିବା ସୂଚନା ଅନୁସାରେ ଲେକ୍ ଭ୍ୟାଲି ଲେନ୍ ନମ୍ବର-୩ର ପ୍ଲଟ ନମ୍ବର ୧୫୯୪/୫୦୩୯ରେ ରାଜେନ୍ଦ୍ରନାଥ ମିଶ୍ରଙ୍କ ଘରର ତୃତୀୟ ମହଲାରେ ସୁଲୋଚନା ଦୀର୍ଘ ୩ ବର୍ଷ ଧରି ରହୁଥିଲେ । ରବିବାର ସକାଳ ସାଢ଼େ ୧୦ଟା ଯାଏଁ ସେ ତଳକୁ ନ ଆସିବାରୁ ତାଙ୍କ ତଳ ମହଲାରେ ରହୁଥିବା ଭଡ଼ାଟିଆ ଜଣକଙ୍କର ସନ୍ଦେହ ହେଲା। ଉପରକୁ ଯାଇ ଦେଖିଲା ବେଳକୁ ଘର ମୁଖ୍ୟ କବାଟ ଖୋଲା ଥିଲା ଏବଂ ଘର ଭିତରେ ସୁଲୋଚନାଙ୍କ ମୃତଦେହ ଝୁଲୁଥିଲା ।
ପୁଲିସ ପହଞ୍ଚି ପଡ଼ୋସୀଙ୍କୁ ପଚରା ଉଚରା କରିବା ସହିତ ସୁଲୋଚନାଙ୍କ ମୋବାଇଲ୍ ଫୋନ୍, ୫ଟି ଡାଏରୀ ଓ ଅନ୍ୟ କିଛି ସାମଗ୍ରୀ ଜବତ କରି ସୁଲୋଚନାଙ୍କ ବାପାଙ୍କୁ ଖବର ଦେଇଥିଲା । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *