Wednesday , January 19 2022
Breaking News
Home / ସ୍ୱାସ୍ଥ୍ୟ / ବିନା ରସିଦରେ ଔଷଧବିକ୍ରି ହେଉଛି,ବିନା ଲାଇସେନ୍ସରେ କ୍ଲିନିକ ଚାଲୁଛି

ବିନା ରସିଦରେ ଔଷଧବିକ୍ରି ହେଉଛି,ବିନା ଲାଇସେନ୍ସରେ କ୍ଲିନିକ ଚାଲୁଛି

    ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନି: ମାଲେ ମାଲେ ହେଉଛନ୍ତି ମେଡ଼ିସନ ଦୋକାନୀ

ନିରାକାରପୁର, ୦୬/୧୨/୨୦୨୧(ଓଡ଼ିଶା ସମାଚାର)-ବର୍ତମାନ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ରୋଗୀସେବା ପ୍ରାୟତଃ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଏହାର ଫାଇଦା ନେଉଛନ୍ତି ସାଧାରଣ ମେଡ଼ିସନ ଦୋକାନୀ । ତାଙ୍କ ମନଇଛା ସେମାନେ ରୋଗୀଙ୍କ ଉପରେ ଜୁଲମ ଆରମ୍ଭ କରିଦେଇଛନ୍ତି । ସେବା ପାଇବା ଭୟରେ ସତେ ଯେମିତି ଏଠାରେ ସମସ୍ତଙ୍କ ମୁହଁରେ ତୁଣ୍ଡି ଭିଡ଼ାଯାଇଥିବା ଲକ୍ଷ୍ୟ କରାଯାଉଛି । ଏହି ଅଂଚଳରେ ଥିବା ସରକାରୀ ଚିକିତ୍ସାଳୟରେ ଦିନ ୧୨ଟା ପରେ ରୋଗୀ ସେବା ପାଇବାରୁ ପ୍ରାୟତଃ ବଂଚିିତ ହେଉଥିବାରୁ ରୋଗୀମାନେ ଏହି ଅଂଚଳର କିଛି କ୍ୱାକ ଓ ମେଡ଼ିସନ ଦୋକାନ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି । ରୋଗୀଟିଏ ଚିକିତ୍ସା  ସେବା ପାଇବା ପାଇଁ ରାତି ଅଧରେ ଖର୍ଚ୍ଚାନ୍ତ ହୋଇ ଏଠାରୁ ୨୦/୩୦ କିମି ଖୋର୍ଦ୍ଧା ଓ ଟାଙ୍ଗୀକୁ ଯିବାକୁ ପଡ଼ିବା ଡ଼ରରେ ଏହି ତଥାକଥିତ ଅନଭିଜ୍ଞ ଔଷଧଦୋକାନୀ ନିଜକୁ ଡ଼ାକ୍ତର ବୋଲାଉଥିବା ବ୍ୟକ୍ତିମାନଙ୍କଠାରୁ କିଛି ଔଷଧ ନେଇ କାମଚଳା କାମ କରୁଥିବା ଦେଖିବାକୁ ମିଳୁଛି । ଉକ୍ତ ଔଷଧ ଦୋକାନୀମାନେ ବି ନିଜକୁ ଏଥିପାଇଁ ପ୍ରଭୁ ବୋଲି ବିଚାର କରିବାକୁ ପଛାଉନାହାଁନ୍ତି । ଏହି ଅଂଚଳକୁ ଡ଼୍ରଗ  ଇନ୍ସପେକ୍ଟରଙ୍କ ଦୃଷ୍ଟି ପଡ଼ୁ ନଥିବାରୁ  ପ୍ରାୟ ଔଷଧ ଦୋକାନୀମାନେ କେବଳ କିଛି ରସିଦ ଏମିତି ବି ଜିଏସଟି ନମ୍ବର ନ ଥାଇ ପାଖରେ ରଖିଥିଲେ ବି ବିନା ରସିଦରେ ରୋଗୀମାନଙ୍କୁ ଚଢାଦରରେ ଔଷଧ ବିକ୍ରି କରୁଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ କିଛି କିଛି ଦୋକାନୀ ନକଲି ଔଷଧ କାରବାର କରୁଥିବାର ବି ସନ୍ଦେହ କରାଯାଉଛି । ଅଧିକାରୀଙ୍କ ତଦାରଖ ଅଭାବରୁ କୌଣସି ନିୟମକାନୁନ ନମାନି ଏଠାରେ ମେଡ଼ିସନ ଦୋକାନୀ ସେମାନଙ୍କ ମନଫୁଲି ବ୍ୟବସାୟ କରୁଛନ୍ତି । ଯାହା କି ରୋଗୀଙ୍କ ପାଇଁ କେତେବେଳେ ଯେ ଘାତକ ହେବ ତାହା କହି ହେବନି କି କେଉଁଠି ଅଭିଯୋଗ ମଧ୍ୟ କରି ହେବନି । କାରଣ ସେମାନେ ବିକ୍ରୀ ଔଷଧର କୌଣସି ରସିଦ  ଦେଉନାହାଁନ୍ତି । ଲୋକେ ବି ଏଠାରେ ସଚେତନ ନ ହୋଇ ସତେ ଯେମିତି ମାଗଣା ଔଷଧ ନେଉଛନ୍ତି ସେମାନେ ବି ରସିଦ ମାଗୁ ନାହାଁନ୍ତି । ଯାହା ଫଳରେ ମେଡ଼ିସନ ଦୋକାନୀ ମାଲେ ମାଲେ ହେଉଥିବାବେଳେ ରୋଗୀ ଠକାମୀର ଶିକାର ହେଉଛନ୍ତି । କିଛି କିଛି ମେଡ଼ିସନ ଦୋକାନୀ ଏହି ଅଂଚଳରେ ବିନା ଲାଇସେନ୍ସରେ କ୍ଲିନିକ ଖୋଲିଛନ୍ତି । ଡ଼ାକ୍ତରମାନଙ୍କୁ ହାତ କରି ରୋଗୀମାନଙ୍କ ପାଇଁ ଅତ୍ୟଧିକ ଦାମୀ ମେଡ଼ିସନ ଲେଖି ସେଥିରୁ ଅଧିକ ମୁନାଫା କମାଇବାରେ ମଧ୍ୟ ସଫଳ ହେଉଛନ୍ତି । ଏମାନଙ୍କ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କର ବି ଦୃଷ୍ଟି ପଡ଼ୁନି । ରୋଗୀ ସେବା ପାଉଛନ୍ତି  ସତ କିନ୍ତୁ ଏହି ମେଡ଼ିସନ ଦୋକାନୀମାନଙ୍କ ଦ୍ୱାରା ଅଧିକ ଶୋଷିତ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଡ଼୍ରଗ ଇନ୍ସପେକ୍ଟରଙ୍କ  କେବେ ଏହି ଅଂଚଳ ପ୍ରତି ଦୃଷ୍ଟି ପଡ଼ୁଛି ଆଉ ରୋଗୀମାନଙ୍କୁ ଏହି ପରି ଠକାମୀରୁ ରକ୍ଷା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚାର

About admin

Check Also

୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ, ୯୮୨ଜଣ ଶିଶୁ ସଂକ୍ରମିତ – ୩ ମୃତ୍ୟୁ

ଭୁବନେଶ୍ୱର,୧୭/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୦୪୮୯ କରୋନା ପଜିଟିଭ୍ …

Leave a Reply

Your email address will not be published. Required fields are marked *