Thursday , January 20 2022
Breaking News
Home / ବିଶେଷ /   ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ୱର ସିଂହ ହୋମ୍ ଗାର୍ଡ ମାନଙ୍କ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ  ୫୯ତମ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ । ଶ୍ରୀ ସିଂହ କହିଲେ ୧୯୬୨ ମସିହାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଣାଳୟ ଆନୁକୂଲ୍ୟରେ ହୋଇଥିବା ନିଷ୍ପତି ଅନୁଯାୟୀ ସମସ୍ତ ରାଜ୍ୟ ସରକାରମାନଙ୍କୁ ସ୍ୱେଛାସେବୀ ସେବାସଂସ୍ଥା ଗଠନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଲା ଗୃହରକ୍ଷୀ ବାହିନୀ ଶକ୍ତିଶାଳୀ କରି ଦେଶସେବା ପାଇଁ ମନୋଭାବ ସୃଷ୍ଟି  କରିବା ପାଇଁ ଥିଲା । ଗୃହରକ୍ଷୀ ବାହିନୀ ପୋଲିସ ବାହିନୀର ଏକ ଅଙ୍ଗ ରୁପେ କାମ କରିବା ସେଙ୍ଗ ସେଙ୍ଗ ଆଭ୍ୟନ୍ତରୀଣ ନିରାପତା କରିବା ଦିଗରେ ସହାୟକ ହେବ । ବନ୍ୟା,ବାତ୍ୟା,ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟରେ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ଗୃହରକ୍ଷୀ ବାହିନୀ ସହାୟକ ହେବ । ୧୯୯୯ ମହାବାତ୍ୟା,ଏବେର କରୋନା ମହାମାରୀ ସମୟରେ ଗୃହରକ୍ଷୀ ବାହିନୀ ତାଙ୍କର ଉକୃଷ୍ଟ ସେବା ଯୋଗାଇ ଦେଇଛନ୍ତି । ଏମାନେ ଦେଶ ନିର୍ମାଣରେ ସହାୟକ ହୋଇ ପାରିବେ । ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ଗୃହରକ୍ଷୀ ଶ୍ରୀ ରବିନ୍ଦ୍ର କୁମାର ମଲ୍ଲିକ ଓ ଶ୍ରୀ ମାୟାଧର ସୂତାରଙ୍କୁ ଆରକ୍ଷୀ ଅଧିକ୍ଷକ ପ୍ରମାଣ ପତ୍ର ଓ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଅଖଳେଶ୍ୱର ସିଂହ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ଅବସରରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ,ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,କେନ୍ଦ୍ର ଗୃହମନ୍ତ୍ରୀଙ୍କ ବାର୍ତା ପାଠ କରିଥିଲେ । ଏହି ଦିବସରେ ଡି.ଏସ୍.ପି,ଏଚ୍ ଆର୍ ପିସି ଶ୍ରୀ ସତ୍ୟ ନାରାୟଣ ପଟ୍ଟନାୟକ ,ଡି.ଏସ୍.ପି,ହେଡକ୍ୱାର୍ଟର  ଶ୍ରୀ ବିରଚିଂ ବାଗ୍,ଉପଖଣ୍ଡ ଅରକ୍ଷୀ ଅଧିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସିଂହ,ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦୁର୍ଯେ୍ୟାଧନ ବେହେରା,ଆରକ୍ଷୀ ନିରୀକ୍ଷକ,ଜଗତସିଂହପୁର ଥାନା ଶ୍ରୀ ପ୍ରଭାସ ଚନ୍ଦ୍ର ସାହୁ,ଇନ୍୍ସପେକ୍ଟର ବବିତା ଦଳେଇ,କୁମାରୀ ବେହେରା ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *