Thursday , January 20 2022
Breaking News
Home / ଶିକ୍ଷା / କିଶନନଗର କଲେଜରେ ନୂତନ ପରିଚାଳନା କମିଟି ସଭାପତିଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା

କିଶନନଗର କଲେଜରେ ନୂତନ ପରିଚାଳନା କମିଟି ସଭାପତିଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା

ଶୈକ୍ଷିକ ବ୍ୟଵସ୍ଥାର ସୁଧାର ଆସିବା ଆଶା

କଟକ ସଦର, ୦୬/୧୨/୨୦୨୧ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):କଟକ ସଦର ଅଞ୍ଚଳର ପ୍ରମୁଖ କିଶନନଗର କଲେଜର ନୂତନ ନିଯୁକ୍ତ ପରିଚାଳନା କମିଟି ସଭାପତି ଚାରି ଛକ ନିମାପଡ଼ା ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଅଵସର ପ୍ରାପ୍ତ ଅଧ୍ୟକ୍ଷା,ରାଜନିତି ବିଜ୍ଞାନ ଅଧ୍ୟାପିକା ବରିଷ୍ଠ ଶିକ୍ଷାବିତ ଚାରୁଵାଳା ପଣ୍ଡା ଙ୍କୁ ଆଜି ସୋମବାର ଅପରାହ୍ନ ରେ କଲେଜରେ  ସ୍ୱ।ଗତ ସମ୍ବର୍ଧନା ଦିଆଯାଇଛି।ଏହି ଅଵସରରେ ଅଧ୍ୟକ୍ଷ ପ୍ରଭାକର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଅଜିତ୍ କୁମାର ମୁଖାର୍ଜୀ,ଷ୍ଟାପ ସିଲେକ୍ସନ କମିଟି ସେକ୍ରେଟାରୀ ଅଧ୍ୟାପକ ଅଭୟ ସ୍ୱ।ଇଂ,ଅଧ୍ୟାପିକା ଅରୁଣା ଦାସ,ଅଧ୍ୟାପକ ମହମ୍ମଦ ସାଦିକ୍ ଅଲ୍ଲୀ, ବରିଷ୍ଠ ହିସାଵ ରକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।କଲେଜର ଶିକ୍ଷା ବ୍ୟବସ୍ଥା ସହ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ୟ୍ୟ ସଵୁକୁ ଅଗ୍ରାଧିକାର ଭିତ୍ତିରେ କରାଯିଵ ଵୋଲି ସମ୍ବର୍ଧନାର ବକ୍ତବ୍ୟରେ ସଭାପତି କହିଥିଲେ।କଲେଜର ଅଧ୍ୟକ୍ଷ ଭାଵେ ପ୍ରଭାକର ସାହୁ ଯୋଗ ଦେଵା ଦିନ ଠାରୁ ଶିକ୍ଷା ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇଥିବା ଅଭିଯୋଗ ହୋଇ ଆସୁଥିଵା ଏବଂ ଏ ସମ୍ପର୍କରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଗଙ୍ଗାଧର ନାୟକଙ୍କ ଠାରେ ଅଭିଯୋଗ ସୋଇଥିବା ପରିପ୍ରେକ୍ଷିରେ ନୂତନ ସଭାପତି ଭାଵେ ଜଣେ ବରିଷ୍ଠ ଶିକ୍ଷାବିତ୍ ଙ୍କ ଯୋଗଦାନ କୁ ନେଇ ଶିକ୍ଷା ଵ୍ୟଵସ୍ଥାରେ ସୁଧାର ଆସିଵ ଵୋଲି ଆଶା ସଞ୍ଚାର ହୋଇଛି।ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଡଃ ଅନାଦି ଵରାଳ । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *