Thursday , January 20 2022
Breaking News
Home / ବିଶେଷ / ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ନେଇ ବିଭିନ୍ନ ଅନୁଷ୍ଠାନ ମାନ ବାରମ୍ବାର ଗଣଧାରଣା ଦାବି ପତ୍ର ଆନ୍ଦୋଳନ କରିଆସୁଛନ୍ତି। ତଥାପି ସରକାର କର୍ଣ୍ଣପାତ କରୁ ନଥିବା ନେଇ ଆଜି ରାଜସ୍ୱ ଉପଖଣ୍ଡ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ଓକିଲ ସଂଘ ସଭାପତି ଜୟକୁମାର ସିଂହଦେଓ , କମିଟି ର ସମ୍ପାଦକ ଜତିନ କୁମାର ସାହୁ ଙ୍କ ନେତୃତ୍ବରେ ଶାନ୍ତି ପୂର୍ଣ୍ଣ ଭାବେ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ସକାଲୁ ୬ ଟା ସମୟରୁ ଠାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଜିଲ୍ଲା ପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା, ଆଦିବାସୀ ନେତା ପ୍ରକାଶ ଚନ୍ଦ୍ର ମାଝୀ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ, ବରିଷ୍ଠ ଆଇନଜୀବି ସପନ କୁମାର ପଟ୍ଟନାୟକ, ବିଜେପି ନେତା ପଦ୍ମ ଲୋଚନ ମିଶ୍ର, ସିପିଆଇ ଏମ୍ ନେତା ଭାରତ ଚାଟାର୍ଜୀ,ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତି, ବ୍ଲକ କଂଗ୍ରେସ କମିଟି ସଭାପତି ରୁଦ୍ର ପ୍ରତାପ ସିଂହ, ଆଦିବାସୀ ନେତା ଧରସିଂ ମାଝୀ, ବଣିକ ସଂଘ, ଡ୍ରାଇଭର ସଂଘ,ମାରାଓ୍ବାଡି ଯୁଵମଞ୍ଚ, ପ୍ରମୁଖ ସାମିଲ ହୋଇଥିଲେ । ଓଡିଶା ସମାଚର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *