Thursday , January 20 2022
Breaking News
Home / ସ୍ୱାସ୍ଥ୍ୟ / ୨୦୨୩ ସୁଦ୍ଧା ସରିଵ ବିଶ୍ୱସ୍ତରୀୟ ଏସସିଵି ର ନଵକଳେଵର,ଗଠନ ହେଲା ୧୬ ଜଣିଆ ପ୍ରକଳ୍ପ କାର୍ଯ୍ୟାନୁଷ୍ଠାନ କମିଟି

୨୦୨୩ ସୁଦ୍ଧା ସରିଵ ବିଶ୍ୱସ୍ତରୀୟ ଏସସିଵି ର ନଵକଳେଵର,ଗଠନ ହେଲା ୧୬ ଜଣିଆ ପ୍ରକଳ୍ପ କାର୍ଯ୍ୟାନୁଷ୍ଠାନ କମିଟି

 କଟକ ସଦର, ୦୫/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଏସସିଵି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମ୍ସ ପ୍ଲସ୍ ସହ ବିଶ୍ୱସ୍ତରୀୟ କରିଵାକୁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଏହି ପ୍ରକଳ୍ପ ଆସନ୍ତା ୨୦୨୩ ଡିସେମ୍ବର ମାସ ସୁଦ୍ଧା ସାରିବାକୁ ଲକ୍ଷ ଧାର୍ଯ୍ୟ ହୋଇଛି। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ସାରିଵାକୁ ପୂର୍ବତନ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ବର୍ତମାନର କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ୍(ପ୍ରକଳ୍ପ କାର୍ଯ୍ୟାନୁଷ୍ଠାନ କମିଟି)୧୬ ଜଣ ପଦସ୍ଥ ଅଧିକାରୀଙ୍କୁ ନେଇ ସରକାରଙ୍କ ପକ୍ଷରୁ ଗଠନ କରାଯାଇଛି।ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ,ପୂର୍ତ ବିଭାଗ ସ୍ୱତନ୍ତ୍ର ସଚିବ,ଡିଏମଇଟି,ଓଵିସିସି ର ପରିଚାଳନା ନିର୍ଦ୍ଦେଶକ,କଟକ ଜିଲ୍ଲାପାଳ,ଡିସିପି,ଵିଏମସି ଆୟୁକ୍ତ,ଏସସିଵିର ଡିନ୍ ଓ ଅଧ୍ୟକ୍ଷ,ଏସସିଵିର ସୁପରିଟେଣ୍ଡେଣ୍ଟ,ଆର ଆଣ୍ଡ ଵି ର ମୂଖ୍ୟ ଯନ୍ତ୍ରୀ,ୱ।ଟକୋର ପରିଚାଳନା ନିର୍ଦ୍ଦେଶକ,ଓପିଟିସିଏଲ ର ପରିଚାଳନା ନିର୍ଦ୍ଦେଶକ ଓ ମୂଖ୍ୟ ନିର୍ବାହୀ ଅଧିକାରୀ,ଜଳ ସଂପଦ ଵିଭାଗ ମୂଖ୍ୟ ଯନ୍ତ୍ରୀ ପ୍ରମୁଖ ସଦସ୍ୟ ରହିଛନ୍ତି।୫ଟି ଆଧାରରେ ଏସସିଵିର ଚିକିତ୍ସା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ପାଇଁ ଏବଂ ପ୍ରକଳ୍ପ ର ଅଗ୍ରଗତି ପାଇଁ କମିଟି ନିର୍ଧାରିତ ସମୟ ବ୍ୟବଧାନରେ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରିବାରେ ସହାୟକ ହେଵେ। ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୪୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ – ମୋଟ ସଂଖ୍ୟା ୩୪୭ କୁ ବୃଦ୍ଧି

ଭୁବନେଶ୍ୱର,୧୯/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଏକାଥରକେ ଆଉ ୧୪୫ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। …

Leave a Reply

Your email address will not be published. Required fields are marked *