Saturday , November 26 2022
Breaking News
Home / ବିଶେଷ / ୧୪ ଡିଏସପିଙ୍କର ଏଏସପି ପାହ୍ୟାକୁ ପଦୋନ୍ନତି

୧୪ ଡିଏସପିଙ୍କର ଏଏସପି ପାହ୍ୟାକୁ ପଦୋନ୍ନତି

କଟକ, ୦୫/୧୨/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ପୁଲିସର ୧୪ ଜଣ ଡିଏସପି ଙ୍କର ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ହେବା ସହ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଏ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ରାଉରକେଲା ପିସିଆର୍ ସେଏଲରେ ଡିଏସପି ଥିବା ଅସିମ କୁମାର ପଣ୍ଡାଙ୍କର ପଦୋନ୍ନତି ପରେ ବ୍ରହ୍ମପୁର ଆଇୟୁସିଏଡବ୍ଲୁକୁ ଏଏସପି ଭାବେ ବଦଳି ହୋଇଛି । ପିଟିସି ଅନୁଗୁଳରେ ଡିଏସପି ଥିବାଦୁଃଖବନ୍ଧୁ ବିଶ୍ୱାଳଙ୍କର ବିପିଏସ୍ପିଏ ଭୁବନେଶ୍ୱରକୁ ବଦଳି ହୋଇଥିବା ବେଳେ ସେ ଡେପୁଟେସନ ରେ  ପିଟିସି ଅନୁଗୁଳରେ ଏଏସପି କାମ କରିବେ । ଗୁଇନ୍ଦା ଅନୁଷ୍ଠାନର  ଡିଏସପି ମହେଶ୍ୱର ସେଠୀ ବଦଳି ପରେ ଭିଜିଲାନ୍ସ ଅନୁଷ୍ଠାନରେ ଡିଏସପି  ନିଯୁକ୍ତ ହୋଇଛନ୍ତି । ରାଉରକେଲାରେ ଡିଏସପି ମୁଖ୍ୟାଳୟର ସାଇରିଲ ସୋରେଙ୍ଗ ବରଗଡ଼ରେ ଆଇୟୁସିଏଡବ୍ଲୁର ଏସପି  ହୋଇଛନ୍ତି । ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲ ସେହିଠାରେ ଏଏସପି ପଦୋନ୍ନତି ପାଇଛନ୍ତି  । କେନ୍ଦୁଝର ମୁଖ୍ୟାଳୟର ଡିଏସପି ଲଳିତ କୁମାର ପଟ୍ଟନାୟକ ଗୁଣୁପୁର ଏଏସ୍ପି ନିଯୁକ୍ତି ସହିତ ରାୟଗଡ଼ା ମୁଖ୍ୟାଳୟ ଦାୟିତ୍ୱରେ ମଧ୍ୟ ରହିବେ । ପୁରୀ ମୁଖ୍ୟାଳୟରେ ଡିଏସପି ଥିବା ସୁନୀଲ କୁମାର ନନ୍ଦ ଏସ୍ପି ସ୍ପେଶାଲ୍ ବ୍ରାଂଚକୁ ବଦଳି ହାଇଛନ୍ତି । ସ୍ପେସାଲ୍ ବ୍ରାଂଚରେ ଡିଏସ୍ପି ଥିବା ଯଶୋବନ୍ତ ସାମଲ ସେହିଠାରେ ଏଏସ୍ପି ହୋଇଛନ୍ତି । ଅନୁଗୁଳ ଆଇୟୁସିଏଡବ୍ଲୁ ଡିଏସ୍ପି ରବୀନ୍ଦ୍ର ନାଥ ଶତପଥୀ ଭୁବନେଶ୍ୱର ବିପିଏସ୍ପିଏରେ ଏଏସ୍ପି ହୋଇଛନ୍ତି । କମିସନରେଟ୍ ପୁଲିସ୍ରେ ଏସିପି ଥିବା ପ୍ରକାଶ ଚନ୍ଦ୍ର ପାଲ୍ ସେହିଠାରେ ଏଡିସିପି ହୋଇଛନ୍ତି । କମିସନରେଟେରେ  ଏସିପି ଥିବା ସୁବାସ ଚନ୍ଦ୍ର ପଣ୍ଡା ଭୁବନେଶ୍ୱରର ସିଏଡବ୍ଲୁ ଓ ସିଡବ୍ଲୁର ଅତିରିକ୍ତ ଏସ୍ପି ହୋଇଛନ୍ତି । କଳାହାଣ୍ଡିରେ ମୁଖ୍ୟାଳୟ ଡିଏସ୍ପି ନାରାୟଣ ନାୟକ ଉତରାଂଚଳ ଡିଆଇଜିଙ୍କ ।ର୍ଯ୍ୟାଳୟରେ ଏଏସ୍ପି ହୋଇଛନ୍ତି  । ବ୍ରହ୍ମପୁରରେ ଏଏସ୍ପି ଥିବା ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସ୍ପେସାଲ୍ ବ୍ରାଂଚକୁ ବଦଳି ହୋଇଛି । ଗଞ୍ଜାମରେ ଏଏସ୍ପି ଥିବା ରମେଶ ଚନ୍ଦ୍ର ସେଠୀଙ୍କ ବ୍ରହ୍ମପୁର ବଦଳି ହୋଇଛି  ।ଓଡ଼ିଶା ସମାଚାର

Leave a Reply

Your email address will not be published.