Thursday , January 20 2022
Breaking News
Home / ଶିକ୍ଷା / ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ନିକିରାଇ ମହାବୀର ନୋଡାଲ ସରକାରୀ ଉଚ୍ଚ  ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ପ୍ରାୟ ୨୦ ବର୍ଷ ଧରି ଜଣେ ଗଣଶିକ୍ଷୟିତ୍ରୀ ଭାବେ ସ୍ୱଳ୍ପ ଦରମାରେ ଚାକିରୀ କରି ନଭେମ୍ବର ମାସ ୩୦ ତାରିଖରେ ବିଦ୍ୟାଳୟରୁ ଅବସର ନେଇଛନ୍ତି । ସେ ଜଣେ କର୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଚାକିରୀ କରି ସମସ୍ତ ଛାତ୍ରାଭିଭାବକଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ । ତାଙ୍କ ଶିକ୍ଷାଦାନକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥାନ୍ତି । ଶ୍ରୀମତୀ ମହାନ୍ତି ଗତ କରୋନା ସମୟରେ ସଂକ୍ରମଣକୁ ଖାତିର ନକରି ଅଭିଭାବକମାନଙ୍କ ଘରକୁ ଯାଇ ଡୋର୍ ଷ୍ଟେପ୍ ଟିଚିଙ୍ଗ ପାଇଁ ସଚେତନ କରାଇଥିଲେ । ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ମଧ୍ୟ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି । ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନଶିକ୍ଷକ ପାର୍ଥସାରଥୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ  ଆମ ଗହଣରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଆମେ ହରାଇଲୁ । ଏଥିସହିତ ଚାକିରୀରୁ ତାଙ୍କ ଅବସର ନିର୍ଦେଶ ପ୍ରଦାନ କରି ଆଗାମୀ ଦିନ ଗୁଡିକ କିପରି ଭଲରେ କଟିବ ସେଥିପାଇଁ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ବିଦାୟକାଳୀନ ସଭାରେ  ବିଶିଷ୍ଟ ଶିକ୍ଷାବିତ୍ ତଥା ବର୍ତମାନ କାର୍ଯ୍ୟରତ ଅତିଥି ଶିକ୍ଷକ ସର୍ବେଶ୍ୱର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତରୀୟ, ପୁଷ୍ପଗୁଚ୍ଛ ଓ ଏକ ଫଳନ୍ତି ବୃକ୍ଷ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତିଙ୍କୁ ପ୍ରଦାନକରି ତାଙ୍କର ସୁସ୍ଥ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ତାଙ୍କର  ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରୁ  ବକେୟା ଥିବା ଦରମା କିପରି ଶୀଘ୍ର ମିଳିପାରିବ ସେଥିପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *