Tuesday , August 16 2022
Breaking News
Home / ବିଶେଷ / ଵିରିବାଟୀ ପର୍ୟ୍ୟନ୍ତ ତାଳଦଣ୍ଡା କେନାଲ ଵନ୍ଧ ରାସ୍ତା ସଂପ୍ରସାରଣ ପ୍ରକ୍ରିୟା ଆରମ୍ଭ, ଉଛେଦ ହେଵ ଜବରଦଖଲ

ଵିରିବାଟୀ ପର୍ୟ୍ୟନ୍ତ ତାଳଦଣ୍ଡା କେନାଲ ଵନ୍ଧ ରାସ୍ତା ସଂପ୍ରସାରଣ ପ୍ରକ୍ରିୟା ଆରମ୍ଭ, ଉଛେଦ ହେଵ ଜବରଦଖଲ

କଟକ ସଦର , ୦୫/୧୨/୨୦୨୧ (ଓଡ଼ିଶା ସମାଚାର/ଵିଷ୍ଣୁ ଵେହେରା): ଗମନା ଗମନ ର ସୁବିଧା ପାଇଁ ଵିଶେଷ କରି ଏମ୍ସ ପ୍ଲସ୍ ଅପେକ୍ଷାରେ ଥିବା କଟକ ଏସସିଵି ଵଡ ମେଡିକାଲକୁ ଯିବାଆସିବା ନିମନ୍ତେ ତାଳଦଣ୍ଡା କେନାଲ ଵନ୍ଧ ରାସ୍ତାକୁ ୫ ଟି ସ୍ଥରରେ ସଂପ୍ରସାରଣ, ଉନ୍ନତିକରଣ ଓ ସୈ।ନ୍ଦର୍ୟ୍ୟକରଣ କରାଯିଵାକୁ ସ୍ଥିର କରାଯାଇଛି।ଏହି ପରିପ୍ରେକ୍ଷୀରେ ଯୋଵ୍ରା ଠାରୁ ରାଣୀହାଟ ପୋଲ ପର୍ୟ୍ୟନ୍ତ ପ୍ରଥମ ଦଫାରେ ଏହି କାର୍ୟ୍ୟ ପ୍ରାୟ ସମାପ୍ତ ହୋଇଥିଵା ଵେଳେ ଦ୍ୱିତୀୟ ଓ ତୃତୀୟ ଦଫାରେ ରାଣୀହାଟ ପୋଲଠାରୁ ଛତ୍ରଵଜାର ଓ ନୂଆଵଜାର ପର୍ୟ୍ୟନ୍ତ କାର୍ୟ୍ୟ ତ୍ବରାନ୍ବିତ ହୋଇଛି। ଚତୁର୍ଥ ଦଫାରେ ନୂଆଵଜାର ଠାରୁ ଵିରିଵାଟୀ ପର୍ୟ୍ୟନ୍ତ ଏହି କାର୍ୟ୍ୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ଷା ଛାଡିଵା ପରେ ସପ୍ତାହକ ମଧ୍ୟରେ ଉକ୍ତ ରାସ୍ତାରେ ଥିବା ବେଆଇନ୍ ଜଵରଦଖଲ ସହିତ ବ୍ୟକ୍ତିଗତ ମାଲିକାନାରେ ଥିବା ଜମିକୁ କ୍ଷତିପୂରଣ ଦିଆଯାଇ ଉଛେଦ କରାଯିଵ ଵୋଲି ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି। ଵିରିଵାଟୀ ପର୍ୟ୍ୟନ୍ତ କାର୍ୟ୍ୟ ସମାପ୍ତ ହେଲେ ୫ମ ଦଫାରେ କଇଜଙ୍ଗା ପର୍ୟ୍ୟନ୍ତ ଏହି କାର୍ୟ୍ୟ କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି।ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.