Thursday , January 20 2022
Breaking News
Home / ବିଶେଷ / ଲଘୁଚାପ ବର୍ଷା : ଅନେକ ଘର କାନ୍ଥ ଭାଙ୍ଗିଛି

ଲଘୁଚାପ ବର୍ଷା : ଅନେକ ଘର କାନ୍ଥ ଭାଙ୍ଗିଛି

ଗରଦପୁର,୦୫/୧୨/୨୦୨୧(ଓଡ଼ିଶା ସମାଚାର)-ସାମୁଦ୍ରିକ ଝଡ଼ ଜହାଦ ପ୍ରଭାବରେ ଗତକାଲି ରାତି ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅଂଚଳରେ ଲଗାଣ ବର୍ଷା ଲାଗି ରହିଛି । ଆଜି ସକାଳ ଠାରୁ ବର୍ଷା ଲାଗି ରହିବାରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଅଂଚଳର ପାଟକୁରା, ହଳଦିଆଗଡ଼ା, ନୂଆପଡ଼ା, ଗରଦପୁର , କୋରୁଆ, ତେଣ୍ଡାକୁଡ଼ା ପ୍ରମୁଖ ରାସ୍ତା ଘାଟ ଗୁଡ଼ିକ ଶୂନଶାନ୍ ହୋଇପଡ଼ିଥିବାବେଳେ ପାଟକୁରା ବଜାର, ନୂଆପଡ଼ା , କୋରୁଆ, ତେଣ୍ଡାକୁଡ଼ା ବଜାର ଓ ବିଭିନ୍ନ ଗ୍ରାମର ଛକ ବଜାର ଆଦି ସ୍ଥାନ ଗୁଡ଼ିକ ଖାଁ ଖାଁ ହୋଇ ପଡ଼ିଛି । ବର୍ଷା ଯୋଗୁ ସାଧାରଣ ଲୋକେ ଘରୁ ବାହାରକୁ ବାହାରିପାରିନଥିଲେ । ଗରଦପୁର ବ୍ଲକ୍ ଅଂଚଳରେ ଆଜି ୪୮ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ବର୍ଷା ପ୍ରଭାବରେ ଅଂଚଳର କେତେକ ଚାଳ ଛପର ଘର ର କାନ୍ଥ ଭୁଷୁଡ଼ି ପଡ଼ିଥିବାର ଖବର ମିଳିଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ସରପଂଚ ସ୍ୱର୍ଣ୍ଣଲତା ରାଉତ ସୂଚନା ଦେଇଛନ୍ତି ଯେ ପଦ୍ମପୁର ଗ୍ରାମର ଜଗନ ରାଉତ ଙ୍କ ମାଟିଘର ର କାନ୍ଥ ଭାଙ୍ଗିପଡ଼ିବାରୁ ତାଙ୍କର ୩ ଜଣ ପରିବାର ପଦ୍ମପୁର ଗ୍ରାମର ଆମ ଗାଁ ଆମ ବିକାଶ ଘରେ ଆଶ୍ରୟ ନେଇଛନ୍ତି । ସେହିପରି ଏହି ଗ୍ରାମର ଅକ୍ଷୟ ମଲିକ ଓ ନୟନା ମଲିକ ଙ୍କ ମାଟି ଘରର କାନ୍ଥ ବର୍ଷା ପ୍ରଭାବରୁ ଭାଙ୍ଗିପଡ଼ିବାରୁ ଏହି ଦୁଇ ପରିବାରର ଲୋକମାନେ ଗ୍ରାମର ଲାଇବ୍ରେରୀ ଘରେ ଆଶ୍ରୟ ନେଇଛନ୍ତି । ସେହିପରି ଗରଦପୁର ବଜାରରେ ରହିଥିବା ୨୪ ଜଣ କେଳା ସମ୍ପ୍ରଦାୟର ଲୋକଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଗରଦପୁର ହାଇସ୍କୁଲ ରେ ରଖାଯାଇଛି । ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଚୂଡ଼ା, ଗୁଡ଼ ଓ ବିସ୍କୁଟ ପ୍ରଦାନ କରାଯାଇଥିବା ଗରଦପୁର ବ୍ଲକ୍ ର ବିଡ଼ିଓ ରଂଜିତ କୁମାର ମଲିକ ସୂଚନା ଦେଇଛନ୍ତି । ସେହିପରି ଗତକାଲି ପଦ୍ମପୁର ପଂଚାୟତର କିଣିଲୋ ଗ୍ରାମର ଦିଲିପ କୁମାର ବାରିକ ଙ୍କ ଆଜବେଷ୍ଟସ ଘରର କାନ୍ଥ ଭୁଷୁଡ଼ି ପଡ଼ିବାରୁ ତାଙ୍କ ପରିବାରର ୪ ଜଣଙ୍କୁ ନିକଟସ୍ଥ ବିଚଣା ଗ୍ରାମର ଅଙ୍ଗନୱାଡ଼ି ଘରେ ରଖାଯାଇଛି । ଏହି ପଂଚାୟତର ଗୋତ୍ରବିଲ ଗ୍ରାମର ରଂଜିତ କୁମାର ସାହୁଙ୍କ ମାଟି ଘର କାନ୍ଥ ଶୋଇ ରହିଛି । ଏହି ଗ୍ରାମର ଅମୂଲ୍ୟ ଜେନା, ଶରତ ଚନ୍ଦ୍ର ସାହୁ, କୁନିଲତା ସାହୁ ଙ୍କ ମାଟିଘର କାନ୍ଥ ଲଗାଣ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଆଜି ସକାଳ ଠାରୁ ଅସ୍ୱାଭାବିକ ଭାବେ ବର୍ଷା ଲାଗି ରହିବାରୁ ସାଧାରଣ ଲୋକମାନେ ଘରୁ ପଦାକୁ ବାହାରି ପାରିନଥିବାବେଳେ ଗୃହପାଳିତ ପ୍ରାଣୀମାନେ ବାହାରକୁ ବାହାରି ପାରିନାହାନ୍ତି । ପାଟକୁରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ପାଣି ଆଣ୍ଠୁଏ ଉଚ ରେ ଲହଡ଼ି ମାରୁଛି । ସେଠାରୁ ଉଦବୃତ ବର୍ଷାଜଳ ନିସ୍କାସନ ହେବାରେ ସମସ୍ୟା ରହୁଥିବାରୁ ସପ୍ତାହ ସପ୍ତାହ ସମୟ ଲାଗୁଛି । ବର୍ଷା ପ୍ରଭାବରେ ଅଂଚଳରେ ବିଦ୍ୟୁତ ସେବାର ବ୍ୟାଘାତ ସୃଷ୍ଟି ହୋଇଛି । ତଳିଆ ଅଂଚଳର ଅନେକ ଗ୍ରାମ ରାସ୍ତା ଗୁଡ଼ିକ ବର୍ଷା ପାଣିରେ ବୁଡ଼ି ରହିଛି । ଗତକାଲି ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅଂଚଳରେ ବାରମ୍ବାର ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଅଂଚଳରେ ଟେଲିଫୋନ୍ ସେବା ଏବଂ ଡ଼ିସ ଟିଭି ନେଟୱାର୍କ ଠିକ୍ ଭାବରେ କାମ କରୁନାହିଁ । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *