Wednesday , January 26 2022
Breaking News
Home / ତାଜା ଖବର / ରାଜଧାନୀ ରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ରାଜଧାନୀ ରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜଧାନୀ ରୁ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ରସୁଲଗଡ଼ ଜିଜିପି କଲୋନୀ କୈବଲ୍ୟ ନଗର ରେ ଏହି ଘଟଣା ଘଟିଛି । ମୃତ ମହିଳାଙ୍କ ନାମ ଶ୍ରଦ୍ଧାଂଜଳି ପଟ୍ଟନାୟକ । କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ପାଟକୁରା ଥାନା ଅଂଚଳର ଏହି ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି । ମୃତ ମହିଳା ଙ୍କ ସ୍ୱାମୀ ଘନଶ୍ୟମ ପଟ୍ଟନାୟକ ତାଙ୍କ ଘରକୁ କେନ୍ଦ୍ରାପଡ଼ା ଅଂଚଳରୁ ଯିବା ଆସିବା କରୁଥିବା ଗତିକୃଷ୍ଣ ଦାସ ଆଲିଆସ ଲାଲୁ ନାମକ ବ୍ୟକ୍ତି ତାଙ୍କ ପତ୍ନୀ ଶ୍ରଦ୍ଧାଂଜଳିଙ୍କୁ ହତ୍ୟା କରିଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଶ୍ରଦ୍ଧାଂଜଳି ଙ୍କ ସ୍ୱାମୀ ଘନଶ୍ୟମ ପଟ୍ଟନାୟକ ଓ ଗତିକୃଷ୍ଣ ଦାସ ଆଲିଆସ ଲାଲୁ ହତ୍ୟା କରିଥିବା ନେଇ ଶ୍ରଦ୍ଧାଂଜଳି ଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାଯିବ । ଓଡ଼ିଶା ସମାଚାର

About admin

Check Also

ଜୟପୁର ଦୈନିକ ପରିବା ମାର୍କେଟରେ ନିଆଁ ଲାଗି ଦୋକାନ ଘର ଜଳିଗଲା

ଜୟପୁର, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ପ୍ରଥମ ଦୈନିକ ପରିବା ମାର୍କେଟରେ ଭୋର୍ ୪ଟା …

Leave a Reply

Your email address will not be published. Required fields are marked *