Thursday , January 20 2022
Breaking News
Home / କୃଷି / ରଘୁନାଥପୁର ବ୍ଲକ୍ ରେ ଉଜୁଡ଼ିଗଲା ହଜାର ହଜାର ହେକ୍ଟର ଧାନ ଓ ପନି ପରିବା ଚାଷ 

ରଘୁନାଥପୁର ବ୍ଲକ୍ ରେ ଉଜୁଡ଼ିଗଲା ହଜାର ହଜାର ହେକ୍ଟର ଧାନ ଓ ପନି ପରିବା ଚାଷ 

ରଘୁନାଥପୁର, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ବାତ୍ୟା ଜେହାଦ ର ୨ ଦିନର ଲଗାଣ ବର୍ଷାରେ ରଘୁନାଥପୁର ବ୍ଲକ୍ ର ୧୯ ଗୋଟି ପଂଚାୟତର ହଜାର ହଜାର ହେକ୍ଟର ଧାନ ଓ ପନି ପରିବା ଚାଷ ପାଣିରେ ବୁଡ଼ି ରହିଛି । ତେବେ ସରକାରଙ୍କ ନିର୍ଦ୍ଧେଶ ସତ୍ୱେ କୌଣସି ବିଭାଗୀୟ ଅଧିକାରୀଙ୍କ ପଂଚାୟତ ମାନଙ୍କରେ ଦେଖାନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଧାନ ଓ ପନି ପରିବା ଚାଷ ହରା ହୋଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସୂଚନାଯୋଗ୍ୟ କି ଆଉ ଦିନ କେତେଟାରେ କରି ଚାଷ କରିଥିବା ଚାଷୀ ତାର ଅମଳକ୍ଷମ ଧାନ ଓ ପନ ପରିବା ଉତ୍ପନ କରି ଘରକୁ ଆଣିଥାନ୍ତା । କିନ୍ତୁ ଲଗାଣ ବର୍ଷା ଚାଷୀର ସବୁ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛନ୍ତି । ଏହି ବ୍ଲକ୍ ର ତାରପୁର, ଗୁଆଳିପୁର, ଚିକିଣିଆ, ତଅଁରା, ରେଢ଼ୁଆ, ରାଢ଼ଙ୍ଗ, ପୁରୁଣାବସନ୍ତ, ଛପଡ଼ା,ଏରଡ଼ଙ୍ଗା,ବିଦ୍ୟାଧରପୁର ଇତ୍ୟାଦି ପଂଚାୟତର ଚାଷୀଙ୍କ ସମେତ ରଘୁନାଥପୁର ବ୍ଲକ୍ ର ସମସ୍ତ ପଂଚାୟତରେ ପାଚିଲା ଅମଳକ୍ଷମ ଧାନ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି । ଯେହେତୁ ଏହା ପାଚିଲା ଧାନ ତେଣୁ ୨ ଦିନ ପାଣିରେ ରହିଲେ ଏହା ଗଜା ହୋଇଯିବା ସୁନିଶ୍ଚିତ ।  ସେହିପରି ପନି ପରିବା ଚାଷୀଙ୍କର ବରଇଗଣ,କୋବି,ବିନ୍,ଝୁଡ଼ଙ୍ଗ ଆଦି କିଆରୀରେ ବର୍ଷାପାଣି ଜମି ରହିଥିବାରୁ ଏହା ମଧ୍ୟ ନଷ୍ଟ ହୋଇଯିବା ନିଶ୍ଚିତ । ଏହି  ବ୍ଲକ୍ ରେ ପନି ପରିବା ଚାଷ ଏକ ଲାଭଜନକ ଫସଲ ହୋଇଥିବାବେଳେ ଚାଷୀମାନେ ସରକାରୀ ଓ ବେସରକାରୀ ଋଣରେ ଏହା ଚାଷ କରିଥାନ୍ତି ।  ବର୍ଷା ଯୋଗୁ ଏହା ପୋକଲାଗି ନଷ୍ଟ ହୋଇଯିବା ନିଶ୍ଚିତ ହୋଇଛି । ଏତେସବୁ କ୍ଷତି ସତ୍ୱେ ଏବଂ ସରକାରଙ୍କର ନିର୍ଦ୍ଧେଶ ଥାଇ ମଧ୍ୟ ଦୁଇ ଦିନ ମଧ୍ୟରେ କୌଣସି ବିଭାଗୀୟ ଅଧିକାରୀମାନେ ଚାଷୀମାନଙ୍କ ନିକଟରେ ପହଂଚି ନଥିବା ଅଭିଯୋଗ ହୋଇଛି । ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ ନକଲେ ରଘୁନାଥପୁର ବ୍ଲକ୍ ର ଚାଷୀମାନେ ସରକାରୀ ସହାୟତା ଠିକ୍ ଭାବରେ ପାଇପାରିବେ ନାହିଁ । ଏପରିକି ଚାଷୀମାନେ ଉଚିତ କ୍ଷତିପୂରଣ ନପାଇଲେ ସେମାନେ ତହସିଲ ଓ କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେବେବୋଲି ପ୍ରକାଶ କରିଛନ୍ତି । ଏହାର ଗୁରୁତ୍ୱକ୍ୁ ଉପଲବଧି କରି ତୁରନ୍ତ ବିଭାଗୀୟ ପଦାଧିକାରୀମାନେ ଚାଷୀଙ୍କର କ୍ଷୟକ୍ଷତି ଆକଳନ କରିବାକୁ ଜିଲା କୃଷକ ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ଉପଦେଷ୍ଟା ଦିଲିପ କୁମାର ରଥ, ପାର୍ଥସଖା ପାଲଟାସିଂ, ସମାଜସେବୀ ବଟକୃଷ୍ଣ ନାୟକ ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଥାଉକି ଗତ ଲଗାଣ ବର୍ଷାରେ ଏହି ବ୍ଲକ୍ ରେ କ୍ଷତି ହୋଇଥିବା ଚାଷୀମାନଙ୍କର କ୍ଷତି ପୂରଣ ଏ ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହେଉଅଛି ।   ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *