Friday , September 29 2023
Breaking News
Home / ତାଜା ଖବର / ଭାରିଗୋଳରେ ଅଗ୍ନୀକାଣ୍ଡ, ମହିଳା ଗୁରୁତର ଗାଈ ବାଛୁରୀ ଅର୍ଦ୍ଧ ଦଗ୍ଧ

ଭାରିଗୋଳରେ ଅଗ୍ନୀକାଣ୍ଡ, ମହିଳା ଗୁରୁତର ଗାଈ ବାଛୁରୀ ଅର୍ଦ୍ଧ ଦଗ୍ଧ

ଗରଦପୁର,୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରା ପଂଚାୟତସ୍ଥିତ ଭାରିଗୋଳ ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କର ୨ ବଖରା ଚାଳ ଛପର ଗୁହାଳ ଘର ଅଗ୍ନୀକାଣ୍ଡ ଘଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ମଶା ଧୂଆଁ ରୁ ନିଆଁ ଲାଗିଥିଲା । ନିଆଁ ଲିଭାଇବାକୁ ଯାଇ ରବିନ୍ଦ୍ରଙ୍କ ପତ୍ନୀ ଝୁନୁ ମହାନ୍ତି (୪୫) ନିଆଁ ରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ନାକ ମଧ୍ୟ ଫାଟିଯାଇଛି । ଦେହରେ ନିଆଁ ଲାଗି ପୋଡ଼ି ଯାଇଛି । ସେ ନିଶ୍ଚିନ୍ତକୋଇଲି ମେଡ଼ିକାଲ ରେ ଚିକିତ୍ସାଧିନ ଅଛନ୍ତି । ଅଗ୍ନୀକାଣ୍ଡରେ ଗୁହାଳରେ ଥିବା ଗାଈ ଓ ବାଛୁରୀ ଅର୍ଦ୍ଧ ଦଗ୍ଧ ହୋଇଛନ୍ତି । ନିଆଁ ପିଣ୍ଡୁଳା ପଡ଼ି ଗାଈ ଓ ବାଛୁରୀ ଙ୍କର ପିଠି ପୋଡ଼ି ଯାଇଛି । ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *