Tuesday , June 6 2023
Breaking News
Home / ବିଶେଷ / ପୂର୍ବତନ ଟିକସ ଅସୁଲକାରୀ ଗଙ୍ଗାଧର ପୋଥାଳ ଙ୍କ ପରଲୋକ

ପୂର୍ବତନ ଟିକସ ଅସୁଲକାରୀ ଗଙ୍ଗାଧର ପୋଥାଳ ଙ୍କ ପରଲୋକ

ଭୁବନ,୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସିନେମାହଲ ଛକର ସ୍ଥାୟୀ ବାସିନ୍ଦା ତଥା ପୂର୍ବତନ ଟିକସ ଅସୁଲକାରୀ ଗଙ୍ଗାଧର ପୋଥାଳ ଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଙ୍କ ସମେତ ପୁତ୍ର ମନୋଜ ,ସରୋଜ,ଅମ୍ବୁଜ, ବସନ୍ତ , ଏକମାତ୍ର ଝିଅ ଗୀତା ,ଜ୍ୱାଇଁ ମାନସ ଉପସ୍ଥିତ ଥିଲେ । ସଂଧ୍ୟାରେ ତାଙ୍କ ମର ଶରୀର ଭୁବନରେ ପହଁଚିବା ପରେ ପୂର୍ବତନ ନଗରପାଳ ଜଗନ୍ନାଥ ଗୁରୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଏନଏସି କର୍ମଚାରୀଗଣ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶବାଧାରରେ ସାମିଲ ହୋଇଥିଲେ । ରଗଡି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ୱର୍ଗତ ଗଙ୍ଗାଧର ଭୁବନ ବିଜ୍ଞାପିତ ଅଂଚଳ ପରିଷଦରେ ଟିକସ ଅସୁଲକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ପୋଥାଳ ଜଣେ ମେଳାପି ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.