Thursday , January 20 2022
Breaking News
Home / ବିଶେଷ / ଦୁସ୍ଥ ଅସହାୟ କୃଷକ ପରିବାରକୁ ସମାଜସେବୀ ଙ୍କ କମ୍ବଳ ବଂଟନ 

ଦୁସ୍ଥ ଅସହାୟ କୃଷକ ପରିବାରକୁ ସମାଜସେବୀ ଙ୍କ କମ୍ବଳ ବଂଟନ 

ଗରଦପୁର , ୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ବାତ୍ୟା ଜେହାଦ ପ୍ରଭାବରେ ଲାଗିରହିଥିବା ଲଗାଣ ବର୍ଷାରେ ଗରଦପୁର ବ୍ଲକ୍ ର ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ବିରି ଫସଲ ସାଙ୍ଗକୁ ପନ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବର୍ଷକର ଆହାର ହରାଇ କୃଷକର ଅଂଟା ଭାଙ୍ଗି ପଡ଼ିଛି । ପାଟକୁରା ଅଂଚଳର ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ଆଜି ଅପରାହ୍ନରେ ଗରଦପୁର ବ୍ଲକ୍ ଅଂଚଳର କେତେକ ଗ୍ରାମ ପରିଦର୍ଶନ କରିବା ସହିତ ଦୁସ୍ଥ ଅସହାୟ କୃଷକ ପରିବାରଙ୍କୁ କମ୍ବଳ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସମାଜସେବୀ ଶ୍ରୀ ରାଉତ ବଡ଼ବେତ୍ରା ଗ୍ରାମର ପ୍ରହଲାଦ ଖଟୁଆ,କୈଳାଶ ସୂତାର,ବିଜୟ ନାୟକ, ଭଂଜ ମହାନ୍ତି, ସିତାନାଥ ଓଝା,ସାନ ବେତ୍ରା ଗ୍ରାମର ଖଗେଶ୍ୱର ମିଶ୍ର,ଅରଖକୁଦ ଗ୍ରାମର ସଂଯୁକ୍ତା ଦଳେଇ,ଶ୍ୟାମଳି ଦଳେଇ,କୃଷ୍ଣଚନ୍ଦ୍ର ଲେଙ୍କା,କାବିଲପୁର ଗ୍ରାମର ମଙ୍ଗୁଳି ସୂତାର,ରେବତୀ ଗୋଛାୟତ, ଆଦିକନ୍ଦ ବେହେରା,ରାମକୃଷ୍ଣ ଲେଙ୍କା,କଂଠଧନ ଗ୍ରାମର କେଶବ ମଲିକ, ଅମରେନ୍ଦ୍ର ଗୋଛାୟତ, ମଥୁରୀ ମଲିକ, ମନୋଜ ଜେନା ଙ୍କ ସମେତ ନାଗଣପୁର ଗ୍ରାମର ବିଜୟ କାଣ୍ଡି,କୈଳାଶ ଦାସ,ଉପେନ୍ଦ୍ର କାଣ୍ଡି,ଶୁକଦେବ ବାରିକ,ରାଜେଶ ପରିଡ଼ା,ଶଙ୍କର୍ଷଣ ସେଠୀ,ହରି ସେଠୀ,କୂଳେଶ୍ୱର କାଣ୍ଡି,ପ୍ରଦୀପ ଦାସ,ନିଧି ବେହେରା ପ୍ରମୁଖ ୪୫ ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ କମ୍ବଳ ବଂଟନ କରିଥିଲେ । ଏଥି ସହିତ ୧୫ ଜଣ ଅସହାୟ ଙ୍କୁ ପ୍ରତ୍ୟେକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *