ଭୁବନେଶ୍ୱର , ୦୫/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟର ୬ହଜାରରୁ ଅଧିକ ଗାଁ ଏବେ ବି ମୋବାଇଲ୍ ସେବାରୁ ଦୂରରେ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୋବାଇଲ୍ ସେବାରୁ ବଂଚିତ ଲୋକଙ୍କ ସଂକ୍ରାନ୍ତରେ ବିଧାୟକ ଗଣେଶ ରାମ ସିଂ ପଚାରିଥିବା ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୬୨୭୮ ଗ୍ରାମ ମୋବାଇଲ ସେବା ପରିସରଭୁକ୍ତ ହୋଇନାହିଁ ।
ମୋବାଇଲ ଟାୱାର ସ୍ଥାପନ କେନ୍ଦ୍ର ସରକାରଙ୍କର କ୍ଷମତା ପରିସରଭୁକ୍ତ ଅଟେ । ମୋବାଇଲ୍ ସେବାରୁ ବଂଚିତ ଗ୍ରାମରେ ସେବା ଉପଲବ୍ଧ ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କୁ ସ୍ୱ୍ୱତନ୍ତ୍ର ପ୍ୟାକେଜ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବାରମ୍ବାର ଅନୁରୋଧ କରି ଆସିଛନ୍ତି । ଏହି ଅନୁରୋଧ କ୍ରମେ କେନ୍ଦ୍ର ସରକାର ମାଓ ଅଧ୍ୟୁଷିତ ଅଂଚଳରେ ୪୮୩ଟି ନୂତନ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ମନ୍ତ୍ରୀ ତାଙ୍କ ଉତରେ ଉଲ୍ଲେଖ କରିଛନ୍ତି ।ଓଡ଼ିଶା ସମାଚାର