Saturday , November 26 2022
Breaking News
Home / କୃଷି / କଟକ ସଦର ଅଞ୍ଚଳର ପାଚିଲା ଧାନ କିଆରୀ ଵୁଡି ରହିଛି ଲଗାଣ ବର୍ଷା ଜଳରେ, ସହାୟତା ଦାଵି

କଟକ ସଦର ଅଞ୍ଚଳର ପାଚିଲା ଧାନ କିଆରୀ ଵୁଡି ରହିଛି ଲଗାଣ ବର୍ଷା ଜଳରେ, ସହାୟତା ଦାଵି

କଟକ ସଦର, ୦୫/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଶନିଵାର ରାତିରୁ ରଵିଵାର ପର୍ଯ୍ୟନ୍ତ ଲାଗିରହିଥିବା ଲଗାଣ ବର୍ଷା ଫଳରେ କଟକ ସଦର କନ୍ଦରପୁର,ଵୈୟାଳିଶ ମୈ।ଜା,କିଶନନଗର,ନେମାଳ,ଵିଲହାଟ ପ୍ରଭୃତି ଅଞ୍ଚଳର ପାଚିଲା ଧାନ କିଆରିରେ ବର୍ଷା ଜଳ ଲହଡ଼ା ମାରୁଛି । ଯାହା ଫଳରେ ଧାନ ଗଛ ସଵୁ ପାଣିରେ ବୁଡି ରହିଛି। ଵର୍ଷକର ଆହାର ଚାଲିଯିବା ଆଶଙ୍କାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେଥିରେ ପାଗ ଏପରି ହୋଇଛି ଯେ ଯାହା ରାତିର ଭ୍ରମ ସୃଷ୍ଟି କରିଛି । ବର୍ଷା ଓ ଅସହ୍ୟ ଥଣ୍ଡା ଯୋଗୁ ଜୀବନଯାତ୍ରା ଏକପ୍ରକାର ଥପ୍ ହୋଇଯାଇଛି। ତୁରନ୍ତ କୃଷି ଓ ରାଜସ୍ବ ଵିଭାଗ ପକ୍ଷରୁ ମିଳିତ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.