Tuesday , August 16 2022
Breaking News
Home / ବିଶେଷ / ଓସିଏଲ୍ ଚକ୍ରାନ୍ତରେ ଆଦିବାସୀ , ପୋଲିସ୍ ସାଜିଛି ହାତବାରିସୀ

ଓସିଏଲ୍ ଚକ୍ରାନ୍ତରେ ଆଦିବାସୀ , ପୋଲିସ୍ ସାଜିଛି ହାତବାରିସୀ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ୫ଟି ପଂଚାୟତର ଆଦିବାସୀମାନେ ନିଜ ଜମିର ସୁରକ୍ଷା, ଓସିଏଲ୍ ନିର୍ଯ୍ୟାତନାରୁ ରକ୍ଷା ପାଇବା ଏବଂ ପୋଲିସ୍ ର ଅତ୍ୟାଚାରରୁ ବର୍ତିବା ପାଇଁ ମହାମହୀମ ରାଜ୍ୟପାଳଙ୍କୁ ଗୁହାରୀ କରିବାକୁ ଆସି ରାଜଭବନ ସମ୍ମୁଖରେ ଧାରଣା ଦେଇଛଥିଲେ । ଫୋରମ୍ ଫର୍ ଗ୍ରାମସଭା କମିଟି, ରାଜଗାଙ୍ଗପୁର ଅଧୀନରେ ଗ୍ରାମବାସୀମାନେ କୁକୁଡ଼ା, ଆଳନ୍ଦା, କେସ୍ରମାଲ, ଝାଗରପୁର ଓ ଖତଙ୍ଗ ଗ୍ରାମ ପଂଚାୟତର ଜମିଗୁଡ଼ିକ ସମ୍ବିଧାନର ପଂଚମ ସିଡୁ୍ୟଲ ଅଂଚଳ ମଧ୍ୟରେ ଆସୁଥିବାରୁ ଏହାର ବିଚାର ପାଇଁ ମହାମହୀମଙ୍କ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ମନେ କରି ଆଦିବାସୀମାନେ ରାଜଭବନ ସମ୍ମୁଖରେ ନିଜର ହକ୍ ପାଇଁ ଧାରଣାରେ ବସରହିିଥିଲେ । ରାଜଗାଙ୍ଗପୁରର ବିଧାୟକ ଡଃ ସି.ଏସ୍. ରାଜନଏକ୍କାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଆସି ସେମାନଙ୍କ ଜମିର ସୁରକ୍ଷା ପାଇଁ ଏକତି୍ରତ ହୋଇଥିଲେ । ଏଠାରେ ଉଲ୍ଲେଖଥାଉକି, ଲାଞ୍ଜିବର୍ଣ୍ଣା ଖଣି ଅଂଚଳରେ ବହୁ ଆଦିବାସୀ ଚୂନପଥର ଏବଂ ଡ଼ୋଲମାଇଟ୍ ଖଣି ଯୋଗୁଁ ସେମାନଙ୍କ ଜମି ହରାଇଥିବାରୁ ସେମାନେ ନୂଆ ଜମି ପାଇବା ପାଇଁ ସରକାରଙ୍କୁ ଆବେଦନ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଥଇଥାନ ପାଇଁ କୌଣସି ଜମି ପ୍ରଦାନ କରିନାହାଁନ୍ତି । ଅପରପକ୍ଷରେ ଆଦିବାସୀମାନଙ୍କର ନିଜର ଜମିଗୁଡ଼ିକୁ ଓସିଏଲ୍ କମ୍ପାନୀ ଜୋର ଜବରଦସ୍ତ ଲୋକଙ୍କ ଜାଲ ଦସ୍ତଖତ ବଳରେ ଗ୍ରାମସଭାର ଅନୁମୋଦନ ପାଇଛି ବୋଲି କହି ଜମି ଅଧିଗ୍ରହଣ ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ସ୍ଥାନୀୟ ପୋଲିସ୍ ମାତ୍ରାଧିକ ବଳପ୍ରୟୋଗ ଯୋଗୁଁ ଆଦିବାସୀମାନେ ଘୋର ଅଶାନ୍ତିରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରକୃତପକ୍ଷେ କହିବାକୁ ଗଲେ ୨୬ ଜାନୁୟାରୀ ୨୦୨୦, ୧୬ ଏପି୍ରଲ ୨୦୨୧ ଏବଂ ୨୩ ଅଗଷ୍ଟ ୨୦୨୧ରେ ଗ୍ରାମସଭା ମାନଙ୍କରେ ଜମି ନଦେବା ପାଇଁ ନିଷ୍ପତିି ଗ୍ରହଣ କରାଯାଇଥିବା ବେଳେ, ଓସିଏଲ୍ କମ୍ପାନୀ ପୋଲିସ୍କୁ ହାତବାରିସୀ କରି ଲୋକମାନଙ୍କୁ ଧମକାଇ ଏକପ୍ରକାର ଆତଙ୍କରାଜ ସୃଷ୍ଟି କରି ସେମାନଙ୍କୁ ନିଜ ଜମିରୁ ଉଚ୍ଛେଦ କରିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରୁଥିବାରୁ ସେମାନେ ମହାମହୀମ ରାଜ୍ୟପାଳଙ୍କୁ ଗୁହାରୀ କରିବାକୁ ରାଜଧାନୀରେ ଧାରଣା ଦେଇଥିଲେ । ଯଦି ସରକାର ଏହି ଆଦିବାସୀମାନଙ୍କର ଦୁଃଖ ନଶୁଣନ୍ତି, ତେବେ ସେମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଆମରଣ ଅନଶନ କରି ଏଠାରେ ନିଜ ଜୀବନ ହାରିବେ ସିନା, ଗାଁକୁ ଫେରିବେ ନାହିଁ ବୋଲି ନିଷ୍ପତିି ଗ୍ରହଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.