Wednesday , January 26 2022
Breaking News
Home / ତାଜା ଖବର / ଶିକାରୀ ଗୁଳିରେ ମହିଳା ଆହତ

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଚନ୍ଦୁପଦର ଗାଁ ର ପବିତ୍ର କହଁର ଓ ତାଙ୍କ ପତ୍ନୀ ଜୟନ୍ତୀ କାଠ ସଂଗ୍ରହ କରିବା ପାଇଁ ଉଭୟ ରଂଜାକୁମ୍ପା ଜଙ୍ଗଲକୁ ଯାଇଥିଲେ । କାଠ ସଂଗ୍ରହ କରି ଫେରିବା ବେଳେ ଜଙ୍ଗଲରେ ହଠାତ ଏକ ଗୁଳି ଆସି ଜୟନ୍ତୀଙ୍କ ମୁଣ୍ଡରେ ବାଜିଥିଲା । ଖବର ପାଇ ଖଜୁରୀପଡ଼ା ଥାନା ପୋଲିସ ପହଂଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥା ରେ ଜୟନ୍ତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ହସପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଖଜୁରୀପଡ଼ା ଥାନା ପୋଲିସ ଘଟଣାର ତଦନ୍ତ କରୁଛି । କୌଣସି ଶିକାରୀ ର ଗୁଳି ଜୟନ୍ତୀ ଦେହରେ ବାଜିଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *