Saturday , November 26 2022
Breaking News
Home / ବିଶେଷ / ଲଘୁଚାପ ବର୍ଷା ରେ ଘର ର କାନ୍ଥ ପଡିଲା, ଅଳ୍ପେକେ ବର୍ତିଲେ ଗୃହ କର୍ତା

ଲଘୁଚାପ ବର୍ଷା ରେ ଘର ର କାନ୍ଥ ପଡିଲା, ଅଳ୍ପେକେ ବର୍ତିଲେ ଗୃହ କର୍ତା

ଗରଦପୁର ୦୪/୧୨/୨୦୨୧(ଓଡ଼ିଶା ସମାଚାର)- ଲଘୁଚାପ ବର୍ଷା ରେ ଗତ କାଲି ବିଳମ୍ବିତ ରାତ୍ରୀରେ ଗରଦପୁର ବ୍ଳକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର ଦିଲ୍ଲିପ୍ କୁମାର ବାରିକ୍ ଙ୍କ ଆଜବେଷ୍ଟସ୍ ଘରର କାନ୍ଥ ପଡ଼ିଯାଇଛି । ସୌଭାଗ୍ୟ ବଶତଃ କାନ୍ଥ ଟି ବାହାର ପଟକୁ ପଡ଼ିବାରୁ ସେହି ଘରେ ଶୋଇଥିବା ଗୃହ କର୍ତା ଦିଲ୍ଲିପ୍ ଅଳ୍ପକେ ବର୍ତି ଯାଇଛନ୍ତି ।
ଖବରରୁ ଜଣାପଡ଼ିଛି ,ଗରଦପୁର ବ୍ଳକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର ଦିଲ୍ଲିପ୍ କୁମାର ବାରିକ୍ ଗତକାଲି ରାତ୍ରୀରେ ନିଜର ଆଜବେଷ୍ଟସ୍ ଘରେ ଶୋଇ ଥିବାବେଳେ,ଲଘୁଚାପ ଜନିତ ବର୍ଷା ଓ ପବନ ରେ ବିଳମ୍ବିତ ରାତ୍ରୀରେ ଘରର କାନ୍ଥ ଘରର ବାହାର ପାଶ୍ୱର୍କୁ ପଡିଯାଇଥିଲା । କାନ୍ଥ ପଡିବା ଶଦ୍ଧ ଶୁଣି ଦିଲ୍ଲିପଙ୍କ ପରିବାର ଲୋକମାନେ ଉଠିପଡି ଭୟଭିତ ହୋଇ ପଡିଥିଲେ । ଯାଇ ଦେଖିଲେ ବାହାରପଟକୁ ଘରର କାନ୍ଥ ପଡ଼ିଯାଇଛି । ଦିଲ୍ଲିପ୍ ଙ୍କର ଦୁଇବଖରା ଆଜବେଷ୍ଟସ୍ ଘର ମଧ୍ୟରୁ ଗୋଟିଏ ବଖରାରେ ଦିଲ୍ଲିପ୍ ଶୋଇଥିବା ବେଳେ,ଅନ୍ୟ ବଖରାରେ ପରିବାରର ଅନ୍ୟଲୋକମାନେ ଶୋଇଥିଲେ । ଦିଲ୍ଲିପ୍ ଙ୍କର ଜମି ଜାଗା ନ ଥିବାରୁ ସରକାର ତାଙ୍କୁ ଭୂମିହୀନ ପଟ୍ଟା ଯୋଗଇ ଦେଇଛନ୍ତି । ଦୀର୍ଘ ବର୍ଷ ପୂର୍ବରୁ ସରକାରଙ୍କ୨୨ହଜାର ଟଙ୍କାର ଆବାସ ଯୋଜନାରେ ଦିଲ୍ଲିପଙ୍କ ପରିବାର ସାମିଲ ହୋଇ ଏହି ସ୍ଥାନରେ ଦିଲ୍ଲିପ୍ ଦୁଇବଖରା ଆଜବେଷ୍ଟସ୍ ଘର ନିର୍ମାଣ କରିଥିଲେ । ଏହି ଘର ନିର୍ମାଣରେ ଦିଲ୍ଲୀପ୍ ୫ ଇଂଚିଆ ଇଟା କାନ୍ଥ ନିର୍ମାଣ କରି ଆଜବେଷ୍ଟସ୍ ଛପର ପକାଇଥିଲେ । ଘରର ୫ ଇଂଚିିଆ ଇଟା କାନ୍ଥ ଲଘୁଚାପ ବର୍ଷା ରେ ପଡିଯାଇଥିଲା । ପଡିଯାଇଥିବା ଏହି କାନ୍ଥ ତଳେ ଘରର କେତେ ଆସବାବପତ୍ର ରହିଯାଇଛି । ଖବର ପାଇ ଆଜି ଗରଦପୁର ବିଡିଓ ରଂଜିତ୍ କୁମାର ମଲ୍ଲିକ,ତହସିଲଦାର ସନ୍ତୋଷ କୁାର ସାହୁ ଓ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ପ୍ରମୁଖ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପଦ୍ମପୁର ପଂଚାୟତର ସରପଂଚ ସ୍ୱର୍ଣ୍ଣଲତା ରାଉତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଦେଖିବା ସହିତ ଦିଲ୍ଲିପଙ୍କ ପରିବାରକୁ ଚୂଡା,ବିସ୍କୁଟ୍ ଓ ନଗଦ ୫ଶହ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଦିଲ୍ଲିପ୍ ଙ୍କ ପରିବାରର ୪ଜଣଙ୍କୁ ନିକଟସ୍ଥ ବିଚଣା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ରଖାଯାଇଛି । ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି ଦିଲ୍ଲିପ୍ ଙ୍କ ପରିବାରକୁ ଏକ ପଲିଥିନ୍ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିପରି ବର୍ଷା ପ୍ରଭାବରେ ଏହି ପଂଚାୟତର ଗୋତ୍ରବିଲ ଗ୍ରାମର ରଂଜିତ୍ କୁମାର ସାହୁଙ୍କ ମାଟି ଘରର କାନ୍ଥ ଭୁଷୁଡି ପଡିବା ଅବସ୍ଥାକୁ ଆସିଯାଇଥିବା ବେଳେ ରଂଜିତ୍ ଘରର କାନ୍ଥ କୁ ବାଉଁଶ ଢେରା ଦେଇ ଘର ଉପରେ ପାଲ ଟାଙ୍ଗି ରହିଥିବାର ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.