Saturday , November 26 2022
Breaking News
Home / ରାଜନୀତି / ମମିତା ମେହେର ହତ୍ୟା ମାମଲା :୯ ରେ ବିଧାନସଭା ଘେରିଵ ଵିଜେପି ଯୁବମୋର୍ଚ୍ଚା

ମମିତା ମେହେର ହତ୍ୟା ମାମଲା :୯ ରେ ବିଧାନସଭା ଘେରିଵ ଵିଜେପି ଯୁବମୋର୍ଚ୍ଚା

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟର ଵହୁ ଚର୍ଚ୍ଚିତ ବଲାଙ୍ଗୀର ବୁଢା ଲିଙ୍ଗ ସନ୍ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିଵ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ସହିତ ଘଟଣାର ସିବିଆଇ ତଦନ୍ତ ଦାବିରେ ଆସନ୍ତା ୯ ତାରିଖରେ ଵିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରିଵ ଵୋଲି ଅବିଭକ୍ତ କଟକ ଜିଲ୍ଲାର ଓଏମପି ଡ଼ାକବଙ୍ଗଳାରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରୁ ଜଣାପଡିଛି। ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ଙ୍କ ଆହ୍ୱାନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ କଟକ ନଗର ଵିଜେପି ସଭାପତି ଲଲାଟେନ୍ଦୁ ଵଡୁ, ରାଜ୍ୟ ଉପସଭାପତି ପ୍ରଫୁଲ ସ୍ୱ।ଇଁ,ସଂପାଦକ ଵିକ୍ରମ ଵିଶ୍ୱ।ଳ,ପ୍ରକାଶ ଦଳାଇ,କଟକ ନଗର ଯୁବମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ର, କେନ୍ଦ୍ରାପଡ଼ା ସଭାପତି ବିନ୍ଦୁ ସାଗର ଦାସ,କଟକ ସଦର ସଭାପତି ରଣଜିତ୍ ସାହୁ, ଜଗତସିଂହପୁର ଜିଲ୍ଲା ସଭାପତି ସାଗର ମହାପାତ୍ର ଙ୍କ ସମେତ ଵହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ରାଜ୍ୟ ସଂଯୋଜକ ସ୍ମୃତି ରଂଜନ ମିଶ୍ର ଵୈଠକ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.