Wednesday , October 4 2023
Breaking News
Home / ବିଶେଷ / ବଢ଼ୁଛି ସାମ୍ବାଦିକଙ୍କ ସଂଖ୍ୟା

ବଢ଼ୁଛି ସାମ୍ବାଦିକଙ୍କ ସଂଖ୍ୟା

ଭୁବନେଶ୍ୱର , ୦୪/୧୨/୨୦୨୧ (ଓଡ଼ିଶା ସମାଚାର)- ଗୋପବନ୍ଧୁ ସାମ୍ବାଦିକ ସ୍ୱ୍ୱାସ୍ଥ୍ୟ ବୀମା ଯୋଜନାରେ ତାଲିକାଭୁକ୍ତ ହେଉଥିବା ସାମ୍ବାଦିକଙ୍କ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି  । ୨୦୧୮-୧୯ ବର୍ଷରେ ଏହି ଯୋଜନାରେ ୬୦୧୧ ଜଣ ସାମ୍ବାଦିକ ଥିବାବେଳେ ଚଳିତ ବର୍ଷ ତାହା ୮୧୨୭କୁ ବୃଦ୍ଧି ପାଇଛି  । ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୋପବନ୍ଧୁ ସ୍ୱ୍ୱାସ୍ଥ୍ୟ ବୀମା ଯୋଜନାରେ ୨୦୧୮-୧୯ ମସିହାରେ ୬୦୧୧ ଜଣ ସାମ୍ବାଦିକ ସାମିଲ ହୋଇଥିବାବେଳେ ୨୦୧୯-୨୦ ରେ ସେହି ସଂଖ୍ୟା ଅପରିବର୍ତିତ ଥିଲା  । ତେବେ ୨୦୨୦-୨୧ ରେ ସାମ୍ବାଦିକଙ୍କ ସଂଖ୍ୟା ୬୯୪୪କୁ ବଢିଥିବାବେଳେ ୨୦୨୧- ୨୨ରେ ତାହା ୮୧୨୭ରେ ପହଂଚିଛି  । ସର୍ବାଧିକ ୧୩୭୬ ଜଣ ସାମ୍ବାଦିକ ଭୁବନେଶ୍ୱରରୁ ଥିବାବେଳେ କଟକରୁ ୬୧୮ଜଣ, ମୟୁରଭଞ୍ଜରୁ ୪୯୦, ଯାଜପୁରରୁ ୪୪୯ଜଣ, ଗଞ୍ଜାମୁରୁ ୩୪୩, ବାଲେଶ୍ୱରରୁ ୩୨୩ ଓ ପୁରୀରୁ ୩୦୭ ଜଣ ଅଛନ୍ତି  । ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଗତ ୫ବର୍ଷ ମଧ୍ୟରେ ୨୯ଜଣ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ଅଧିସ୍ୱୀକୃତି ପ୍ରଦାନ କରାଯାଇଥିବାବେଳେ ୨ଜଣ ସାମ୍ବାଦିକଙ୍କୁ ସରକାରୀ କ୍ୱାଟର୍ସ ଯୋଗାଇ ଦିଆଯାଇଛି  । ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ଦେବା ଗୃହ ବିଭାଗର ପରିସରଭୁକ୍ତ ଏବଂ ବିଧାନସଭାକୁ ପ୍ରବେଶ ଅନୁମତି ଦେବା ବିଧାନସଭାର କାର୍ଯ୍ୟ ପରିସରଭୁକ୍ତ ବୋଲି ଗୃହରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *