Saturday , November 26 2022
Breaking News
Home / ବିଶେଷ / ବାତ୍ୟା ମୁକାବିଲା ପାଇଁ ବିଏମସି ଜାରି କଲା ହେଲ୍ପ ଲାଇନ୍ ନମ୍ବର

ବାତ୍ୟା ମୁକାବିଲା ପାଇଁ ବିଏମସି ଜାରି କଲା ହେଲ୍ପ ଲାଇନ୍ ନମ୍ବର

ଭୁବନେଶ୍ୱର , ୦୪/୧୨/୨୦୨୧ (ଓଡ଼ିଶା ସମାଚାର)- ମାଡ଼ି ଆସୁଛି ବାତ୍ୟା “ଜୱାଦ୍’ । ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି) । ବାତ୍ୟାର ମୁକାବିଲା ପାଇଁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ୦୬୭୪-୨୪୩ ୧୨୫୩ କିମ୍ବା ୧୮୦୦ ୩୪୫ ୦୦୬୧ ନମ୍ବରରେ ଫୋନ୍ କରି ସହାୟତା ମାଗି ପାରିବେ ସହରବାସୀ । ସମ୍ଭାବ୍ୟ ବାତ୍ୟା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ ବିଏମସି କମିଶନର ସଞ୍ଜୟ ସିଂ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଅଗ୍ନିଶମ, ପୂର୍ତ, ୱାଟକୋ ଓ ବିଦ୍ୟୁତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ । ବିଏମସି ଅଂଚଳରେ ମୋଟ୍ ୭୨ଟି ଖାଲୁଆ ଅଂଚଳ ଚିହ୍ନଟ କରାଯାଇଛି । ଆବଶ୍ୟକ ସ୍ଥଳେ ଚିହ୍ନଟ ସମ୍ବେଦନଶୀଳ ଅଂଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ସେମାନଙ୍କୁ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଯୋଗାଇଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ତା’ସହ ବିଏମସି ଓ ଅଗ୍ନିଶମ ବିଭାଗ ୨୭ଟି ଜଳମଗ୍ନ ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ରହିବେ । ବିଏମସ  ପକ୍ଷରୁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ୦୬୭୪-୨୪୩୧୨୫୩ କିମ୍ବା ୧୮୦୦ ୩୪୫୦୦୬୧ ନମ୍ବରରେ ଫୋନ୍ କରି ସହାୟତା ମାଗି ପାରିବେ ସହରବାସୀ । ଓଡ଼ିଶା ସମାଚାର

Leave a Reply

Your email address will not be published.