Tuesday , December 6 2022
Home / ବିଶେଷ / ତେଣ୍ଡାକୁଡ଼ାରେ ଚୋରୀ

ତେଣ୍ଡାକୁଡ଼ାରେ ଚୋରୀ

ଗରଦପୁର, ୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ବାଙ୍କା ବଜାର ରେ ଥିବା ମୁନା ଚିକେନ୍ କାଉଂଟର ରୁ ଚୋରୀ ହୋଇଛି । ମୁନା ଚିକେନ୍ କାଉଂଟର ରୁ ଚୋରମାନେ ୫୧ ଟା କୁକୁଡ଼ା, ଦେଢ଼ ଟ୍ରେ ଅଣ୍ଡା , କମ୍ପ୍ୟୁଟର ଓଜନ ମେସିନ୍, ଚାପଡ଼ ଆଦି ଚୋରୀ କରି ନେଇଛନ୍ତି । ଆଜି ଏ ସମ୍ପର୍କରେ ମୁନା ଚିକେନ୍ କାଉଂଟର ର ମାଲିକ ସୁଶାନ୍ତ ମହାନ୍ତି ଥାନାରେ ଏତଲା ଦେବା ପରେ ପାଟକୁରା ଥାନା ଆଇଆଇସି ଓ କୋରୁଆ ଫାଣ୍ଡି ଅଧିକାରୀ ଆସି ତଦନ୍ତ କରି ଯାଇଛନ୍ତି । ସୂଚନାଯୋଗ୍ୟ କି ଏହି ତେଣ୍ଡାକୁଡ଼ା ବାଙ୍କା ବଜାର ରେ ଥିବା ଚିକେନ୍ କାଉଂଟର ରୁ ବାରମ୍ବାର ଚୋରୀ ହେଉଛି । ପୂର୍ବରୁ କିଛି ମାସ ତଳେ ଏହି ମୁନା ଚିକେନ୍ କାଉଂଟର ଓ ଜୁବି ଚିକେନ୍ କାଉଂଟରରୁ ଚୋରୀ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.