Thursday , January 20 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଆଜିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ

ଆଜିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା “ଜୱାଦ’କୁ ଦୃଷ୍ଟିରେ ରଖି ଆଜିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ  ।  ୪ ଓ ୫ ତାରିଖ ୨ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ  । ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ବେଙ୍ଗାପସାଗରରେ ଘନିଭୂତ ହୋଇଥିବା ଅବପାତ ଆଜି ବାତ୍ୟାର ରୂପ ନେବ ।ଏହା ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ  । ଆଜି ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରେ ପହଂଚି ଉତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗତି କରିପାରେ  । ଏହାପରେ ବାତ୍ୟା “ଜୱାଦ’ ଉତର ଓ ଉତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  । ତେଣୁ ଅଧିକ ବର୍ଷା, ପବନ ଆଶାଙ୍କାରେ ଶିମିଳିପାଳରେ ପ୍ରବେଶ କରିବାକୁ ଯାତ୍ରୀଙ୍କୁ ବାରଣ କରିଛନ୍ତି କର୍ତୃପକ୍ଷ  । ସୂଚନାଯୋଗ୍ୟ, ଶୀତ ଆଗମନରେ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ ତାରିଖରୁ ଖୋଲିଥିଲା ଶିମିଳିପାଳ ଅଭୟାରଣ୍ୟ  । ଏହାପରେ ଦୂରଦୂରାନ୍ତରୁ ଛୁଟି ଆସିଥିଲେ ପର୍ଯ୍ୟଟକ  । ହେଲେ ଲଗାଣ ବର୍ଷା ଯୋଗୁ ଗତ ୧୫ ତାରିଖରୁ ଏହାକୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା । ବର୍ଷା କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଗେଟ୍ ଖୋଲିଥିବା ବେଳେ ଏବେ ପୁଣି ବାତ୍ୟା ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ପ୍ରବଳ ବର୍ଷା ଆଶଙ୍କାରେ ଏହାକୁ ୨ ଦିନ ପାଇଁ ବନ୍ଦ କରି ଦିଆଯାଇଛି  । ଓଡ଼ିଶା ସମାଚାର

About admin

Check Also

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ …

Leave a Reply

Your email address will not be published. Required fields are marked *