Thursday , October 6 2022
Breaking News
Home / ତାଜା ଖବର / ଅର୍ଦ୍ଧଦଗ୍ଧ ଅଜଣା ମୃତଦେହ ଉଦ୍ଧାର

ଅର୍ଦ୍ଧଦଗ୍ଧ ଅଜଣା ମୃତଦେହ ଉଦ୍ଧାର

କଟକ ,୦୪/୧୨/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ପୁରିଘାଟ ଥାନା ଅନ୍ତର୍ଗତ ଗଣେଷଘାଟ ଘାଟ ଗଡାରେ ମିଳିଲା ଏକ ଅର୍ଦ୍ଧଦଗ୍ଧ ଅଜଣା ମୃତଦେହ। ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା ପରେ ଜାଳିବାକୁ ଚେଷ୍ଟା କରୁଥିବା ବେଳେ ଶବ ଟି ଅଧା ପୋଡ଼ା ହୋଇ ନଦୀ ବାଲିରେ ଅଧା ପୋତି ହୋଇ ରହିଥିଲା ।ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ପୁରିଘାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ସାଇଂଟିଫିକ୍ ଟିମ ପହଞ୍ଚି ତଦନ୍ତ କରିଛି। ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ ଗୀତା ସିଂ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଘଟଣାଟି କିପରି ଘଟିଛି ଓ ମୃତବ୍ୟକ୍ତି କିଏ ତାହାର ଅନୁସନ୍ଧାନ ଜାରି ରହିଥିବା କଥା କହିଛନ୍ତି ଡ଼ିସିପି। ଅନ୍ୟପଟେ ଘଟଣା ଘଟିଥିବା ସ୍ଥାନରେ ଏକ ସାଇକେଲ ମିଳିଛି ଯାହା ଘଟଣା କୁ ଅଧିକ ରହସ୍ୟମୟ କରୁଛି। ଆଗମୀ ସମୟରେ ପୋଲିସ ତଦନ୍ତ ପରେ ଘଟଣା ଉପରୁ ପର୍ଦା ଉଠିବ । ଓଡ଼ିଶା ସମାଚାର

Leave a Reply

Your email address will not be published.