Wednesday , January 26 2022
Breaking News
Home / ବିଶେଷ / ଅନଲାଇନ୍ ଠକେଇର ଶିକାର ହେଲେ କିଶନନଗର ତହସିଲଦାର,ତାଙ୍କ କାର୍ୟ୍ୟକ୍ରମ କୁ ନେଇ ଲୋକେ ଏଵେ ମହରଗରୁ ଯାଇ କାନ୍ତାରରେ

ଅନଲାଇନ୍ ଠକେଇର ଶିକାର ହେଲେ କିଶନନଗର ତହସିଲଦାର,ତାଙ୍କ କାର୍ୟ୍ୟକ୍ରମ କୁ ନେଇ ଲୋକେ ଏଵେ ମହରଗରୁ ଯାଇ କାନ୍ତାରରେ

କଟକ ସଦର , ୦୪/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କିଶନନଗର ତହସିଲରେ କାର୍ୟ୍ୟରତ ବିବାଦୀୟ ତହସିଲଦାର ସୁଚେତା ମହାପାତ୍ରଙ୍କ ଅଚାନକ ଵଦଳୀ ପରେ ଭଦ୍ରକ ଜିଲ୍ଲା ଵନ୍ତ ତହସିଲରେ ଵିଵାଦୀୟ ହୋଇପଡିଥିଵା ତହସିଲଦାର ଇନ୍ଦିରା ସାହୁଙ୍କୁ ଏଠାରେ ଅଵସ୍ଥାପିତ କରାଯାଇଛି। ହେଲେ ଲୋକେ ଯାହା ଆଶା କରିଥିଲେ ନୂଆ ତହସିଲଦାର ଲୋକଙ୍କ ସମସ୍ୟାରେ ସହଭାଗୀ ହୋଇ ଏହାର ସମାଧାନ କରିଵେ।ହେଲେ ଲୋକେ ଏଵେ ତାଙ୍କର କାର୍ୟ୍ୟକ୍ରମକୁ ଅସନ୍ତୋଷ ବ୍ୟକ୍ତ କରିଵା ସହିତ ମହରଗରୁ ଯାଇଁ କାନ୍ତାରରେ ପଡିଵା ଭଳି ଅନୁଭଵ କରୁଥିବା ଅଭିଯୋଗ ହେଉଛି।ଏଵେ ତହସିଲ ଯଥା ପୂର୍ବଂ ତଥା ପରଂସ୍ଥିତିରେ ଚାଲିଛି। ଏଥିପାଇଁ ତହସିଲଦାରଙ୍କ କାର୍ୟ୍ୟ ଦକ୍ଷତା ଘରେ ନପସୁଣୁ ଚାଳ ଵାଜିଵା ଭଳି ପଦାରେ ପଡିଛି।ଏ ସମ୍ପର୍କରେ ସଦର ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡ଼ିଛି।ସେହିପରି ଏଭଳି ଜଣେ ଦାୟିତ୍ଵ ସମ୍ପନ୍ନ ପ୍ରଶାସିକା ତଥା ତହସିଲଦାର ଇନ୍ଦିରା ସାହୁ ଅନଲାଇନ ଠକେଇର ଶିକାର ହୋଇ ୧୬ ହଜାର ଟଙ୍କା ହରାଇଥିବା ଖଵର କିଶନନଗର ଥାନାରେ ଅଭିଯୋଗରୁ ଜଣାପଡିଛି।ଏହି ଖଵର ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *