Thursday , January 20 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସମ୍ଭାବ୍ୟ ବାତ୍ୟା କାରଣରୁ କୋଣାର୍କ ଉତ୍ସବ ୨୦୨୧ ଓ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପ ପ୍ରଦର୍ଶନୀ ବନ୍ଦ ରହିଲା

ସମ୍ଭାବ୍ୟ ବାତ୍ୟା କାରଣରୁ କୋଣାର୍କ ଉତ୍ସବ ୨୦୨୧ ଓ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପ ପ୍ରଦର୍ଶନୀ ବନ୍ଦ ରହିଲା

ଭୁବନେଶ୍ୱର , ୦୩/୧୨/୨୦୨୧ (ଓଡ଼ିଶା ସମାଚାର)-ଗତ ଡ଼ିସେମ୍ବର ପହିଲା ରେ ଆରମ୍ଭ ହୋଇଥିଲା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉସôବ ୨୦୨୧ ଓ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପ ପ୍ରଦର୍ଶନୀ । ହେଲେ ସମ୍ଭାବ୍ୟ ବାତ୍ୟା ଯୋଗୁ ଏହି ଦୁଇଟି ଉତ୍ସବକୁ ପର୍ଯ୍ୟଟନ ବିଭାଗ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ମହାମାରୀ କରୋନା ଭୂତାଣୁ ଯୋଗୁ ବନ୍ଦ ରହିଥିବା ଏହି ଦୁଇଟି ଉତ୍ସବ ଚଳିତ ବର୍ଷ ବହୁ ଆଶା ଆଶଙ୍କା ମଧ୍ୟରେ ଆରମ୍ଭ କରାଯାଇଥିଲା । ହେଲେ ସମ୍ଭାବ୍ୟ ବାତ୍ୟା ଯୋଗୁ ପର୍ଯ୍ୟଟନ ବିଭାଗ ଏହାକୁ ବନ୍ଦ ରଖିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ପୁଣି ଆସନ୍ତା ବର୍ଷ ଏହି ଦୁଇଟି ଉତ୍ସବ ପାଳନକୁ ଅପେକ୍ଷା । ଓଡ଼ିଶା ସମାଚାର

About admin

Check Also

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ …

Leave a Reply

Your email address will not be published. Required fields are marked *