Saturday , November 26 2022
Breaking News
Home / ବିଶେଷ / ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗରଦପୁର ବ୍ଲକ୍ ପ୍ରଶାସନ ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗରଦପୁର ବ୍ଲକ୍ ପ୍ରଶାସନ ପ୍ରସ୍ତୁତ

ଗରଦପୁର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଗତ ଦୁଇ ତିନି ଦିନ ହେଲା ବାତ୍ୟା ସମ୍ଭାବନା ନେଇ ଗଣମାଧ୍ୟମରେ ପ୍ରଚାର କରାଯିବା ପରେ ଚାଷୀମାନଙ୍କ ନିଦ ହଜିଯାଇଛି । ବାତ୍ୟା ଆସୁଥିବା ଖବର ମିଳିବା ପର ଠାରୁ ଚାଷୀ କ୍ଷେତରୁ ପାଚିଲା ଧାନ କାଟି ଆଣିବା ପାଇଁ ଲାଗିପଡ଼ିଥିବାବେଳେ ଅଳ୍ପ କିଛି ପାଚିଲା ଧାନ କାଟିଆଣିଥିବାବେଳେ କ୍ଷେତରେ ବହୁ ପରିମାଣର ପାଚିଲା ଧାନ କଟା ନହୋଇ ରହିଛି । ପୁରୀ ଜିଲାରେ ଲ୍ୟାଣ୍ଡଫଲ ହେବାର ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ରହିବ ବୋଲି ଜଣାପଡ଼ିଛି । ଶୁକ୍ରବାର ସନ୍ଧ୍ୟାରୁ ଅଳ୍ପ ଅଳ୍ପ ବର୍ଷା ଆରମ୍ଭ ହୋଇ ଯାଇଛି । ରାତିରୁ ବର୍ଷା ବଢ଼ିବ ବୋଲି ସୂଚନା ମିଳିଛି । ତେଣୁ କ୍ଷେତରେ ରହିଥିବା ପାଚିଲା ଧାନ ଓ ଅନ୍ୟାନ୍ୟ ପରିବା ଗୁଡ଼ିକ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରି ହେଡ଼କ୍ôାର୍ଟର ରେ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି । ୫ ତାରିଖ ରବିବାର ଛୁଟି ଦିନ ହୋଇଥିଲେ ମଧ୍ୟ ସେଦିନ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିବା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବାରୁ ସେମାନେ ତୁରନ୍ତ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗରଦପୁର ବ୍ଲକ୍ ପ୍ରଶାସନ ସଜାଗ ରହିଛି । ବାତ୍ୟା ଆଶ୍ରୟସ୍ଥଳ, ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଆବଶ୍ୟକ ହେଲେ ଲୋକଙ୍କୁ ଆଶ୍ରୟ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଗରଦପୁର ବ୍ଲକ୍ ଅଂଚଳରେ ଥିବା ଫାୟାର ଷ୍ଟେସନ୍ ଗୁଡ଼ିକ ପ୍ରସ୍ତୁତ ହୋଇ ରହିଛନ୍ତି । .ବାତ୍ୟା ପରେ ବିଦ୍ୟୁତ ସରବରାହ କୁ ପୁନକାର୍ଯ୍ୟକ୍ଷମ କରିବା ପାଇଁ ଗରଦପୁର ବିଦ୍ୟୁତ ବିଭାଗ(ଟିପିସିଓଡ଼ିଏଲ) ପକ୍ଷରୁ ସମସ୍ତ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ବିଦ୍ୟୁତ ଖୁଂଟ, ତାର, ଏଲଟି କ୍ରସ ଆର୍ମ , ମାନବ ସମ୍ବଳ ପ୍ରସ୍ତୁତ ରଖାଯାଇଛି ଓ କେତେକ ସ୍ଥାନରେ ଆଗୁଆ କାର୍ଯ୍ୟ କରାଯାଇଥିବା ଟିପିସିଓଡ଼ିଏଲ ର ଗରଦପୁର ସହକାରୀ ମ୍ୟାନେଜର ସୂର୍ଯ୍ୟ ପ୍ରକାଶ ବେଉରା କହିଛନ୍ତି । ତେବେ ଗରଦପୁର ବ୍ଲକ୍ ରେ ବର୍ତମାନ ସୁଦ୍ଧା କାହାରିକୁ ସ୍ଥାନାନ୍ତରିତ କରାଯାଇନାହିଁ । ଓଡ଼ରାଫ ଟିମ ମଧ୍ୟ ଗରଦପୁର ସଦର ମହକୁମାରେ ପହଂଚିନାହାନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.