Thursday , January 20 2022
Breaking News
Home / ବିଶେଷ / ସଡକ ଦୁର୍ଘଟଣାରେ ଯୁବକ ମୃତ

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶଯେ,ଭଦ୍ରକ ଜିଲ୍ଲା ତିହିଡି ଗ୍ରାମର ବାପୁ କୁଣ୍ଡୁ(୨୮) ତାଙ୍କ ପତ୍ନୀ ଙ୍କୁ ନେବାପାଇଁ ଭୁବନ ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡକୁ ଓଡି୨୨ଏନ-୫୬୫୬ ନମ୍ବର ବିଶିଷ୍ଟ କାର ଯୋଗେ ଆସୁଥିବାବେଳେ ଅନନ୍ତପୁର ନିକଟରେ ରଙ୍ଗ୍ ରୁଟ(ଭୁଲ ଦିଗରେ) ହଠାତ ଏକ ଟ୍ରାକ୍ଟର ଆଗକୁ ଆସଯିିବାରୁ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାର ଚାକଳ ତିହିଡି ଥାନା ଅନ୍ତର୍ଗତ ପୋଚକ ଗ୍ରାମର ଦେବେନ୍ଦ୍ର ନାୟକ ଙ୍କ ପୁଅ ଧନଞ୍ଜୟ ନାୟକ (୩୨) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ଓ ବାପୁଙ୍କୁ ପ୍ରଥମେ ଭୁବନ, ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ-୫୦୨/୨୦୨୧ ରେ ଏକ ମାମଲା ରୁଜ୍ଜୁ ହୋଇ ଅଧିକ ତଦନ୍ତ ଚାଲୁ ରହିଛି । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *