କଟକ ସଦର, ୦୩/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଐତିହ୍ୟ ସହର କଟକର ପୁରୁଣା କାନ୍ଥଟିଏ ଵି ଇତିହାସ ବଖାଣି ପାରେ ଆଉ ଦେଖାଇ ପାରେ ସେତେବେଳେର ପ୍ରାଚୀନ ଛଵି। ଠିକ୍ ଯେମିତି ଏହି ସହରର ଦେଢ ସହ ଵର୍ଷର ରାଜ୍ୟର ପ୍ରଥମ ଓ ଦୀର୍ଘ କେନାଲର ଐତିହ୍ୟ ଓ ମର୍ଯ୍ୟାଦା ଵହନ କରିଛି।ସିଏ ହେଉଛି କଟକ-ଜଗତସିଂହପୁରର ଜୀବନରେଖା ତାଳଦଣ୍ଡା କେନାଲ। କିନ୍ତୁ ଏହି କେନାଲ ଏଵେ ଯୋବ୍ରା ଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଶୋଭାଵର୍ଧନ କରିଥିଲା ଵେଳେ ପୋଲ ଆରପଟ ଠାରୁ ପୁରା ପାରାଦୀପ ପର୍ଯ୍ୟନ୍ତ ଅଵସ୍ଥା ଶୋଚନୀୟ ହୋଇ ପଡ଼ିଛି। ସେଥିରେ କେନାଲ ମଧ୍ୟକୁ ସହରର ଆବର୍ଜନା ପାଣି ଛଡାଯାଉ ଥିଵାରୁ ପାଣି ଦୂଷିତ ହୋଇ ଵିଷ ପାଲଟିଛି।ଯାହା ବ୍ୟବହାର ଅନୁପଯୁକ୍ତ ହୋଇଥିବା ବେଳେ ଏଥିରେ ଜଳ ଜାତୀୟ ଜୀଵ ସହିତ ମାଛ ଵି ମରିଯାଉଥିବା ଦେଖାଯାଉଛି।ପ୍ରକାଶ ଯେ ୧୮୬୬ (୯-ଅଙ୍କ,ନଅଙ୍କ)ଦୂର୍ଭିକ୍ଷ ସମୟରେ ପାନୀୟ ଜଳ ଓ ଚାଷ ପାଇଁ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ତତ୍କାଳୀନ ଇଂରେଜ ସରକାର ମହାନଦୀର ଯୋବ୍ରା ଠାରୁ ତାଳଦଣ୍ଡା ପର୍ଯ୍ୟନ୍ତ ୮୩ କିଲୋମିଟର ତାଳଦଣ୍ଡା କେନାଲ ଖୋଳାଇ ଥିଲେ। ପରବର୍ତ୍ତୀ ସମୟରେ ତାହା ପାରାଦୀପ ବନ୍ଦର ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିବା ବେଳେ କଟକରୁ ୧୩ କିଲୋମିଟର ଵିରିଵାଟି ଠାରୁ ୨୦ କି.ମ.ପର୍ଯ୍ୟନ୍ତ ମାଛଗାଁ କେନାଲ ମଧ୍ୟ ଏହି ତାଳଦଣ୍ଡା କେନାଲ ରୁ ଖୋଳା ଯାଇଥିଲା। ଅତୀତରେ ଏହି ମୂଳ ତାଳଦଣ୍ଡା କେନାଲର ଜଳକୁ ଲୋକେ ଚାଷ କାର୍ଯ୍ୟ ସହିତ ନିଧଡକ ପାନୀୟଜଳ ରୂପେ ବ୍ୟବହାର କରୁଥିଲେ।ଏହାର ମଧୂର ଜଳରେ ଏତେ ମାଛ ରହୁଥିଲେ ଯେ ଲୋକେ ମାଛମାରି ପରିବାର ପ୍ରତିପୋଷଣ କରୁଥିଲେ।ସେଥିରେ ଏହି କେନାଲରେ ଡଙ୍ଗା ଦ୍ୱାରା କଟକରୁ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଇଁ ପରିଵହନ ହେଉଥିଲା।ସମୟ ବଦଳିବା ସଙ୍ଗେ ସଙ୍ଗେ ଏ ସବୁ ଏଵେ ସାତ ସପନ ହୋଇଛି।ଵିଳମ୍ଵରେ ହେଉ ପଛେ ଏଵେ ଏହି କେନାଲକୁ ଯୋଵ୍ରା ଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ପୁନରୁଦ୍ଧାର ଓ ସୈ।ନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲି ଥିଵା ଵେଳେ ପୁରା କେନାଲର ଅବସ୍ଥା ପ୍ରତି ସାମାନ୍ୟତମ ଦୃଷ୍ଟି ଦେଵାକୁ ଲୋକେ ଦାବି କରିଛନ୍ତି। ଓଡ଼ିଶା ସମାଚାର
