Tuesday , December 6 2022
Home / ବିଶେଷ / ରାଜ୍ୟପାଳଙ୍କ ଦ୍ୱାରା ପରିବେଶବିତ୍ ସମ୍ବର୍ଦ୍ଧିତ

ରାଜ୍ୟପାଳଙ୍କ ଦ୍ୱାରା ପରିବେଶବିତ୍ ସମ୍ବର୍ଦ୍ଧିତ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)-  ପାରାଦୀପ ବନ୍ଦରରେ କାର୍ଯ୍ୟରତ ଇଂ.ଅମରେଶ ନରେଶ ସାମନ୍ତଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ସମ୍ବର୍ଦ୍ଧିତ କରିଛନ୍ତି । ରାଜଭବନରେ ମହାମହିମ ରାଜ୍ୟପାଳ ଅମରେଶଙ୍କ ପରିବେଶ ସୁରକ୍ଷା ଓ ବ୍ୟାପକ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ନିମନ୍ତେ ତାଙ୍କୁ ଉତରୀୟ ଓ ତାଙ୍କ ଦ୍ୱାରା ଲିଖିତ କିଛି  ପୁସ୍ତକ ଶ୍ରୀ ସାମନ୍ତଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ସାମନ୍ତ କିଛି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଶିଳ୍ପ ପ୍ରଭାବିତ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ପାରଦୀପ, କୁଜଙ୍ଗ ଅଂଚଳରେ ଦୀର୍ଘ ତିନି ଦଶନ୍ଧି ଧରି ବ୍ୟାପକ ବନୀକରଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିଆସୁଛନ୍ତି । ଏହି ଅବସରେ ମହାମହିମ ରାଜ୍ୟପାଳ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କଥା ଉଲ୍ଲେଖ କରିଥିଲେ । ଏଥିରେ ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୫ତମ ମନ୍ କି ବାତ୍ ସଂସ୍କରଣରେ ଶ୍ରୀ ସାମନ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ନିଜର ସମର୍ପଣ ଓ ସର୍ବସ୍ୱ ଉତ୍ସର୍ଗ ନିମନ୍ତେ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ସାମନ୍ତଙ୍କ ସହିତ ସମାଜସେବୀ ଅରବିନ୍ଦ ସ୍ୱାଇଁ ଓ ବନ୍ଦନା ମିଶ୍ର ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.