Tuesday , December 6 2022
Home / ବିଶେଷ / ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ପାଳନ ନିମନ୍ତେ ପାରଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ନୂଆବଜାରସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ଆମ ପରିବାରର ଆବାହକ ଜୀବନ ସାହୁ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଂଜ କିଶୋର ପଟ୍ଟନାୟକ, ୟୁଥ ଫର ଆକ୍ସନର ରାଜ୍ୟ ସଭାପତି ଦେବାଶିଷ ନାୟକ, ୟୁଥ ଫର ଆକ୍ସନର ପାରାଦୀପ ନଗର ସଭାପତି ତୋଫାନ କୁମାର ସେନାପତି, ବରିଷ୍ଠ ସଂଘ ସଦସ୍ୟ ଶ୍ରୀଚରଣ ବିଶ୍ୱାଳ,ଟ୍ରଷ୍ଟର ସଦସ୍ୟ ଆଡଭୋକେଟ୍ କୌଳାସ ଚନ୍ଦ୍ର ସାହୁ, ଶୌଳେନ୍ଦ୍ରୀ ସେନାପତି ପ୍ରମୁଖ ଯୋଗ ଦେଇ ଆଗାମୀ ଡିସେମ୍ବର ୨୫ ତାରିଖରେ ହେବାକୁ ଥିବା ବାଜପେୟୀଙ୍କ ଜୟନ୍ତୀ ସମ୍ପର୍କରେ ବିସ୍ତୃୁତ ଭାବେ ଆଲୋଚନା କରିଥିଲେ । ଆଗାମୀ ଡିସେମ୍ବର ୨୫ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ କନ୍ଦରପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ଏକ ବିରାଟ ମୋଟର ସାଇକେଲ୍ ରାଲି, ବିଭିନ୍ନ ସ୍ଥାନରେ ପଦଯାତ୍ରା, ସମାବେଶ, ବାଜପେୟୀଙ୍କ ପୂର୍ଣ୍ଣ ଅବୟବର ଲୋକାର୍ପଣ,ବୁଦ୍ଧିଜୀବୀ ସମ୍ମିଳନୀ ହେବାର ଯୋଜନା ରହିଥିବା ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ୍ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.