Saturday , August 13 2022
Breaking News
Home / ବିଶେଷ / ବିଶ୍ୱ ଭିନ୍ନକ୍ଷମ ଦିବସରେ ନିଶୁଳ୍କ ଫିଜିଓଥେରାପି ଶିବିର ଉଦଘାଟିତ

ବିଶ୍ୱ ଭିନ୍ନକ୍ଷମ ଦିବସରେ ନିଶୁଳ୍କ ଫିଜିଓଥେରାପି ଶିବିର ଉଦଘାଟିତ

କେନ୍ଦ୍ରାପଡ଼ା, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସହରର ମାଧପୁରସ୍ଥିତ ‘ପୁନର୍ବାସ’ କାର୍ଯ୍ୟାଳୟ ପରିସରରେ ଏକ ଦିବସୀୟ ନିଶୁଳ୍କ ଫିଜିଓଥେରାପି ଶିବିର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନିଶୁଳ୍କ ଫିଜିଓଥେରାପି ଶିବିରକୁ ଫିତାକାଟି ଉଦଘାଟନ କରିଥିଲେ । ଏହି ଶିବିରରେ ୪୪ଜଣଙ୍କୁ ନିଶୁଳ୍କ ସେବା ପ୍ରଦାନ କରାଯାଇଛି । ଶିବିରରେ ଫିଜିଓଥେରାପିଷ୍ଟ ଚନ୍ଦନ ଜେନା ଓ ଅନିତା ବାରିକ ଯୋଗଦେଇ ଲୋକମାନଙ୍କୁ ସେବା ପ୍ରଦାନ କରିଥିଲେ ବୋଲି ପୁନର୍ବାସର ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁନର୍ବାସର ସଦସ୍ୟ ମହମ୍ମଦ ଜାହିଦ ଖାନ, ଜ୍ୟୋତି ପ୍ରକାଶ ନାୟକ, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିବା ବେଳେ ମନୋଜ କୁମାର ରାଉତ, ମିହିର ରଞ୍ଜନ ବାରିକ, ଧରଣୀଧର ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.