Saturday , November 26 2022
Breaking News
Home / ବିଶେଷ / ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ବାତ୍ୟାକୁ ଦେଖି ଗଣଶିକ୍ଷା ବିଭାଗ ଏପରିି ନିଷ୍ପତିି ନେଇଛି ।ବାତ୍ୟା”ଜୱାଦ’ଉତର କେନ୍ଦ୍ରୀୟ  ବେଙ୍ଗାପସାଗର ରୁ ଉତର – ଉତର ପଶ୍ଚିମ ଦିଗରେ ଗତି କରୁଛି । ବର୍ତମାନ ସୁଦ୍ଧା ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ରହିଛି ବାତ୍ୟା । ଏବେ ଘଂଟାପ୍ରତି ୨୨ କିମି ବେଗରେ ବାତ୍ୟା ଆସୁଛିୟ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାତ୍ୟା ରି-କର୍ଭ କରି ପୁରୀ ଉପକୂଳ ପାଖାପାଖି ହେବ ବୋଲି କୁହାଯାଉଛି । ତେବେ ବାତ୍ୟା ସ୍ଥଳଭାଗ ଛୁଇଁଲେ ମଧ୍ୟ ଅଳ୍ପ ଛୁଇଁ ପୁଣି ସମୁଦ୍ର ମଧ୍ୟକୁ ପଳାଇବ ବାତ୍ୟା “ଜୱାଦ’ । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.