Wednesday , January 19 2022
Breaking News
Home / ଶିକ୍ଷା / ବାଜିରାଉତ କଲେଜରେ ବିଶାଳ ରକ୍ତଦାନ ଶିବିର –  ୧୦୦ ୟୁନିଟ ରକ୍ତ ସଂଗୃହୀତ

ବାଜିରାଉତ କଲେଜରେ ବିଶାଳ ରକ୍ତଦାନ ଶିବିର –  ୧୦୦ ୟୁନିଟ ରକ୍ତ ସଂଗୃହୀତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଏହି ଶିବିରକୁ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ‘ମୋ କଲେଜ ଅଭିଯାନ’ର ସଂପାଦକ ଅଧ୍ୟାପକ ପ୍ରଭାତ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ତହସିଲଦାର ପ୍ରଭାସ କୁମାର ବେହୁରା ଯୋଗଦେଇ ରକ୍ତଦାନ ,ମହତ ଦାନ ବୋଲି ମତ ବ୍ୟକ୍ତ କରିବା ସହ ୧୦୦ ୟୁନିଟ ରୁ ଉଦ୍ଧ୍ୱର୍ ରକ୍ତ ସଂଗ୍ରହ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଆୟୋଜକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ,ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର,ପୁରାତନ ଛାତ୍ରସଂଘ ସଭାପତି ବିନୋଦ କଅଁର,ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ ।  ରକ୍ତଦାନ କାର୍ୟ୍ୟକ୍ରମରେ ଅଧ୍ୟାପକ ଅନିଲ କୁମାର ଧୀର, ସୁବାସ ଚନ୍ଦ୍ର ପତି, ପ୍ରଭାତ କୁମାର ଜେନା, ଅଲେଖ ଚନ୍ଦ୍ର ପାତ୍ର,ଡଃ ହରେକୃଷ୍ଣ ପଣ୍ଡା, ଦୀପକ କୁମାର ପ୍ରଧାନ, ଅଧ୍ୟାାପିକା ଶ୍ରାବଣୀ ଅଳ୍ପନା ,ସ୍ମରଣିକା ମାଣିଆ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ଛାତ୍ରଛାତ୍ରୀଙ୍କୁ ଟୀକାକରଣ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଟୀକାକରଣ କାର୍ଯ୍ୟକ୍ରମ …

Leave a Reply

Your email address will not be published. Required fields are marked *