Tuesday , December 6 2022
Home / ରାଜନୀତି / ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ ଟାଣୁଆ ଯୁବ ନେତା ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ସେକ୍ ଜାହିର ମହମ୍ମଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ତଥା ନିଶ୍ଚିନ୍ତକୋଇଲି ବ୍ଲକରେ ଚାଲିଥିବା ବିକାଶମୂଳକ କାର୍ୟ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସେ ଆନୁଷ୍ଠାନିକ ଭାବେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ବହୁ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।ଏହାଦ୍ୱାରା ବିଜେଡି ରେ ଶକ୍ତି ବୃଦ୍ଧି ହେବା ସହ ବିଜେପି କ୍ଷତିଗ୍ରସ୍ତ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.