Saturday , November 26 2022
Breaking News
Home / ବିଶେଷ / ଟେରାକୋଟା କାରିଗରଙ୍କୁ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ସହାୟତା

ଟେରାକୋଟା କାରିଗରଙ୍କୁ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ସହାୟତା

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଇଫକୋ ଟାଉନସିପସ୍ଥିତ ଜ୍ୟୋତି ମହିଳା ସମିତି ପକ୍ଷରୁ ରାହାମା ନିକଟସ୍ଥ ନବାପାଟଣାର ଟେରାକୋଟା କାରିଗରମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ନବାପାଟଣାର ନିଳକଣ୍ଠେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ଏହି ଟେରାକୋଟା କାମ କରୁଥିବା ମହିଳାମାନେ ମହାମାରୀ କରୋନାରେ ନିଜର ରୋଜଗାର ହରେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମହାମାରୀ କରୋନାର ପ୍ରଭାବରେ ଟେରାକୋଟା ବ୍ୟବସାୟରେ ମାନ୍ଦାବସ୍ଥା ଦେଖି ସେମାନେ ଇଫକୋ ଟାଉନସିପସ୍ଥିତ ଜ୍ୟୋତି ମହିଳା ସମିତିକୁ ସହାୟତା ନିମନ୍ତେ ନିବେଦନ କରିଥିଲେ । ଆତ୍ମନିର୍ଭର ଭାରତ ଯୋଜନା କୁ ପ୍ରୋତ୍ସାହନ ଦେବା ନିମନ୍ତେ ଜ୍ୟୋତି ମହିଳା ସମିତି ପକ୍ଷରୁ ନିଳକଣ୍ଠେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ ବିକ୍ରୟ କରିବା ନିମନ୍ତେ ସଦସ୍ୟାମାନଙ୍କୁ ୧୦ଗୋଟି ବିକ୍ରୟ ଯାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ମମତା ପଟେଲ୍,ଶଶି ଗୋୟେଲ୍,ମିନି ନିଲାମ୍ବରମ୍,ସ୍ନିଗ୍ଧା ନାୟକ,ସନ୍ଦୀପା ରଥ, ରୁମା ମଙ୍ଗଲମୂର୍ତୀ,ଓରମାସ୍ ର ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ଦାସ,ଇଫକୋର ସହକାରୀ ପ୍ରବନ୍ଧକ ପ୍ରସନ୍ନ କୁମାର ବେଉରା, ପଣ୍ଡୁଆର ସରପଂଚ ବିଜୟାଶାନ୍ତି ମହାନ୍ତି,ସମିତି ସଭ୍ୟା ମନୋରମା ଦାସ ଓ ପ୍ରଶିକ୍ଷକ ନବଘନ ବେହେରା ଉପସ୍ଥିତ ଥିଲେ । ସମାଜ ମଙ୍ଗଳ କାର୍ଯ୍ୟକ୍ରମରେ ସହଯୋଗ କରି ଇଫକୋ ପୁଣି ଥରେ ଆଉ ଏକ ପାଦ ଆଗକୁ ବଢାଇ ସାଧାରଣରେ ପ୍ରଶଂସିତ  ହୋଇପାରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.