Thursday , January 20 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା ମହାବିଦ୍ୟାଳୟରେ “ଭାରତୀୟ ସଂସ୍କୃତି” ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡା ମହାବିଦ୍ୟାଳୟରେ “ଭାରତୀୟ ସଂସ୍କୃତି” ଉପରେ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର “ଭାରତୀୟ ସଂସ୍କୃତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମ୍ପାନରେ ବିଶେଷଜ୍ଞ ଭାବେ ବିଶିଷ୍ଟ ବେଦବିତ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଓ ପଣ୍ଡିତ ହୃଷିକେଶ ରଥ ଯୋଗ ଦେଇଥିଲେ । ଭାରତୀୟ ସଂସ୍କୃତିର ମହାନ ବାର୍ତା ହେଉଛି “ବସୁଧୈବ କୁଟୁମ୍ବକମ୍” ସମଗ୍ର ବସୁଧାକୁ ପରିବାର ଜ୍ଞାନ କରିବା ହେଉଛି ଆମ ପରମ୍ପରା ବୋଲି ପଣ୍ଡିତ ରଥ କହିଥିଲେ । ପ୍ରଥମେ ମଣିଷ ନିଜେ ଭଲ ହେଲେ ସେ ଭଲ ମଣିଷ ତିଆରି କରିପାରିବ ଓ ବିବିଧତା ବା ଅନୈକ ଭିତରେ ଐକ୍ୟ ଆମ ସଂସ୍କୃତିର ମୂଳ ଭିତି । ମହାତ୍ମା ନିଜର ବାର୍ତାକୁ କାର୍ଯ୍ୟରେ ପ୍ରୟୋଗ କରିଥାଏ । ନାରୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବା ସେହି ବୈଦିକ ଯୁଗରୁ ଚଳି ଆସିଛି । ନାରୀ ଆଖିରେ ଅଶ୍ରୁ ଖାଲି ପରିବାର ନୁହେଁ ସମଗ୍ର ସମାଜକୁ ଧ୍ୱଂସ ଆଡକୁ ଟାଣିନେବ । ବିଶିଷ୍ଟ ବେଦବିତ ବିରେନ୍ଦ୍ର ପଣ୍ଡା କହିଥିଲେ ସଭ୍ୟତା ଯଦି ଶରୀର ହୁଏ ସଂସ୍କୃତି ହେଉଛି ଆତ୍ମା । ଆମ ସଂସ୍କୃତିରେ ଅନେକ ବିିକୃତି ପଶି ଆସିଛି । ଆମେ ଚାକିରୀକୁ ସେବା ଜ୍ଞାନ କରିବା ଦରକାର । ମହାଭାରତ ଯୁଦ୍ଧରେ ରାଜା କୃଷ୍ଣ ଯୁଦ୍ଧ ଏଡେଇବା ପାଇଁ ଦୂତର ଭୂମିକା ନେଇଥିଲେ । ଜୀବନର ୫୦ବର୍ଷ ଜିଇବା ପାଇଁ ବିନିଯୋଗ ବ୍ୟୟିତ ହେବା ବେଳେ ଏକାବନରେ ବନକୁ ଯିବା ପାଇଁ ପ୍ରସ୍ତୁତ ହେବା ଦରକାର ବା ନିଜକୁ ସମାଜ କାର୍ଯ୍ୟରେ ପୂର୍ଣ୍ଣ ବିନିଯୋଗ କରିବା ଦରକାର । ଆମେ ଭୂବନକୁ ଖୁବ ବଡ କରୁଛେ ଭାବନାରେ ଛୋଟ ହୋଇଯାଉଛେ । ଉଦାହରଣ ମାଧ୍ୟମରେ ସେ ଛାତ୍ରଛାତ୍ରୀ ତଥା ଉପସ୍ଥିତ ସମସ୍ତଙ୍କ ଭିତରେ କିଛି ସମୟ ପାଇଁ ନିଆରା ଦିବ୍ୟ ଭାବନାର ପରିବେଶ ସୃଷ୍ଟି କରିଥିଲେ । ଆବାହକ ଅଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ଓ ଭାରତୀୟ ସଂସ୍କୃତି ଉପରେ ସୂଚନା ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଓ ଅଧ୍ୟାପକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ସୁବ୍ରତ କୁମାର ପାତ୍ର, ଅଧ୍ୟାପିକା ସୋନାଲିକା ମହାନ୍ତି, ମନିଷା କାନ୍ତି ଜେନା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ଲେଫ୍ଟନାନ୍ଟ ସୀମା ମହାନ୍ତି ସଭାକୁ ସଂଚାଳନ କରିଥିଲେ । ଏହି ସମ୍ପାନରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *