ଭୁବନେଶ୍ୱର,୦୩/୧୨/୨୦୨୧ (ଓଡ଼ିଶା ସମାଚାର)-ସାଧାରଣ ଲୋକ ନ୍ୟାୟ ପାଇବା ପାଇଁ କାର୍ୟ୍ୟ କରିବା ସହ ସମାଜ ପାଇଁ ଉତ୍ସର୍ଗୀକୃତ ଓକିଲାତି ପେଶା ବୋଲି ଭୁବନେଶ୍ୱର ଓକିଲ ସଂଘର ସଭାପତି ନିର୍ମଳ କିଶୋର ରଥ କହିଛନ୍ତି । ଭୁବନେଶ୍ୱର କୋର୍ଟ ପରିସରରେ ଆଡ଼ଭୋକେଟ୍ ଡେ ପାଳନ ଅବସରରେ ସେ କହିଥିଲେ ଯେ, ଏହି ପେଶା ଏକ ସମ୍ମାନ ଜନକ ପେଶା, ମହାତ୍ମା ଗାନ୍ଧୀ, ମଧୁ ବାବୁ ଓକିଲାତି ପେଶା ଆପଣାଇଥିଲେ । ଭାରତର ପ୍ରଥମ ରାଷ୍ଟପତି ରାଜେନ୍ଦ୍ର ପ୍ରସାଦ ଜଣେ ପ୍ରତିଷ୍ଠିତ ଓକିଲ ଥିଲେ । ତାଙ୍କ ଜନ୍ମ ତିଥିରେ ଆଡ଼ଭୋକେଟ୍ ଡେ ପାଳନକରାଯାଏ । ସଂଘର ଉପସଭାପତି ଦେବୀଦତ ବାରକ୍ ଙ୍କ ସଂଯୋଜନାରେ ସଂଘର ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ କାର୍ୟ୍ୟକାରୀ କମିଟିର ସଭ୍ୟମାନେ ଉପସ୍ଥିତଥିଲେ । ଶେଷରେ ଆଇନଜୀବୀ ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର