Saturday , August 13 2022
Breaking News
Home / ବିଶେଷ / ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ : ସ୍ଥାନୀୟ ଅଂଚଳରେ ଶୋକର ଛାୟା

ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ : ସ୍ଥାନୀୟ ଅଂଚଳରେ ଶୋକର ଛାୟା

ମାହାଙ୍ଗା ୦୩/୧୨/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର କୁଆଁପାଳ ରାସ୍ତାଦେଇ ନିଜ ଗାଁ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର କୁ ଫେରୁଥିବା ବେଳେ  ଜଣେ ଯୁବକ ଦୁର୍ଘଟଣାର ଶୀକାର ହୋଇଥିଲେ । ସ୍ଥାନୀୟ ଫାୟାର ଷ୍ଟେସନକୁ ସୂଚନା ଦିଆଯିବାରୁ ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ମାହାଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଆହତ ଯୁବକ ରବୀନ୍ଦ୍ର ପଲେଇ ( ପପୁ)କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ୱେ ପପୁର ସେଠାରେ ମୃତ୍ୟୁ ଘଟିଥିଲା । ଏସସିବିରେ ଶବବ୍ୟବଛେଦ ପରେ ମୃତ ପପୁର ମରଦେହକୁ କଲ୍ୟାଣପୁର ଗାଁକୁ ନିଆଯାଇ ଥିଲା । ଅତ୍ୟନ୍ତ ଶୋକାକୂଳ ପରିବେଶ ମଧ୍ୟରେ ବିରୂପା ନଦୀକୂଳ ସ୍ମଶାନରେ  ପପୁ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା କର୍ମଚଞ୍ଚଳ ଏହି ଯୁବକର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି ।

ସ୍ଥାନୀୟ ବିଧାୟକ ତଥା ଆଇନିମନ୍ତ୍ରୀ ପ୍ରତାପ ଜେନା ପପୁ ଙ୍କ ଅକାଳ ବିୟୋଗରେ ଗଭୀର ଶୋକବ୍ୟକ୍ତ କରି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସାମାଜିକକର୍ମୀ ଅଖିଳେଶ ମହାନ୍ତି, ରବୀନ୍ଦ୍ର ଦାସ, ଚନ୍ଦ୍ରମଣି ଦାଶ,ନିମାଇଁ ଚରଣ ବେହେରା,ମୂଷିବର ପଲେଇ, ନଟବର ମହାନ୍ତି,ରାଧାନାଥ ରାଉତ, ସୁବାଷ ବେହେରା,ହେମନ୍ତ ପ୍ରଧାନ, ସୁଧାଂଶୁ ପାଣି, ଲକ୍ଷ୍ମୀଧର ବେହେରା,ନିହାର ରଞ୍ଜନ ପଣ୍ଡା,ଅଫସର ତୁଲ୍ଲା,ସୁଶାନ୍ତ ଦାସ, ରବୀନ୍ଦ୍ର ପୃଷ୍ଟି, ସୁଦାମ ପଲେଇ, ଦାମୋଦର ପଲେଇ, ଲକ୍ଷ୍ମୀଧର ପଣ୍ଡା, ମହେନ୍ଦ୍ର ଦାସ, ଅରକ୍ଷୀତ ଦାସ,ପ୍ରଫୁଲ୍ଲ ଜେନା,ସୁନାକାର ବେହେରା,ବାବାଜୀ ଚରଣ ମହାନ୍ତି, ମନୋଜ ଦାସ, ଅମୂଲ୍ୟ ପଲେଇ, ଅକ୍ଷୟ ବାରିକ, ଅଞ୍ଜନ ବେହେରା, ଭାଗ୍ୟଧର ବେହେରା,ଗୟାଧର ବେହେରା, ଶରତ ବେହେରା, ଭାରତ ଭୂଷଣ ଦାସ, ସୁଜୟ ବେହେରା,ଅରବିନ୍ଦ ପଣ୍ଡା,କୈଶୋର ଦାସ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.