Wednesday , January 26 2022
Breaking News
Home / ଶିକ୍ଷା / ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଢେଙ୍କାନାଳ, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ କଲେଜର ୨୬୦ଜଣଙ୍କର ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ନିଆଯାଇଥିଲା । ବୁଧବାର ଆସିଥିବା ରିପୋର୍ଟରୁ ୩୩ଜଣ ପଜିଟିଭ ପରେ ଆଜି ପୁଣି ଆସିଥିବା ରିପୋର୍ଟରୁ ଆଉ ୧୬ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିସହ ଅପରାହ୍ଣରେ ପୁଣି ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏହି କଲେଜରୁ କୋଭିଡ ପଜିଟିଭ ସଂଖ୍ୟା ୫୬ରେ ପହଂଚିଛି ।କଲେଜର ପଜିଟିଭ ଚିହ୍ନଟ ପିଲାମାନଙ୍କ ସହ ଅନ୍ୟ ସମସ୍ତ ପିଲା ନିଜ ଘରକୁ ପଳାଇ ଯାଇଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ କଲେଜ ସ୍ଥିତ କୁଞ୍ଜକାନ୍ତ ଅଞ୍ଚଳକୁ ଆସନ୍ତା ୧୦ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରି କଲେଜ ଓ କଲେଜର ଥିବା ୩ଟି ହଷ୍ଟେଲକୁ ସିଲ କରିଦିଆଯାଇଛି । ଏପରିକି କଲେଜ କତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
କୁଞ୍ଜକାନ୍ତ ଅଂଚଳରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡି଼କରେ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ଆରମ୍ଭହୋଇଛି । ଆଜି କୁଞ୍ଜକାନ୍ତ ସ୍ଥିତ ଚଦ୍ରଶେଖର ଆଇଟିଆଇରେ ୧୨୫ଜଣ ପିଲାଙ୍କର ସ୍ୱାବ ସଂଗ୍ରହ କରାଯାଇ ଆରଟି ପିସିଆର ଟେଷ୍ଟ ପାଇଁ ପଠାଯାଇଛି । ଜଣେ ୪ବର୍ଷର ଶିଶୁ କୋଭିଡ ପୋଜେଟିଭ ଚିହ୍ନଟ ହୋଇଛି । ସଦର ବ୍ଲକ ଅନ୍ତର୍ଗତ ନମିଚିରା ଗ୍ରାମର ଏହି ଶିଶୁଙ୍କର ଆଟିପିସିଆର ଟେଷ୍ଟରୁ ପଜିଟିଭ ସୂଚନା ମିଳିଛି ।
ଭିମସାରରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ର ସେଣ୍ଟ ମେରି ବାଳିକା ବିଦ୍ୟାଳୟ ର ମୋଟ ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସେହିପରି ଠାକୁରମୁଣ୍ଡା ଚମକପୁର ଆବାସିକା ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଢ଼େଙ୍କାନାଳ ରେ ଏକ ଘରୋଇ ଆବାସିକ ମହାବିଦ୍ୟାଳୟରୁ ୫୬ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସରେ ୱେବିନାର

କେନ୍ଦ୍ରାପଡ଼ା, ୨୫/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବାଳକ ବିଭାଗ ଆନୁକୁଲ୍ୟରେ ଦ୍ୱାଦଶ …

Leave a Reply

Your email address will not be published. Required fields are marked *