Wednesday , January 19 2022
Breaking News
Home / ବିଶେଷ / ରାଉରକେଲା ଷ୍ଟିଲ ପ୍ଲାନ୍ଟମହାପ୍ରବନ୍ଧକଙ୍କ ପିତୃ ବିୟୋଗ

ରାଉରକେଲା ଷ୍ଟିଲ ପ୍ଲାନ୍ଟମହାପ୍ରବନ୍ଧକଙ୍କ ପିତୃ ବିୟୋଗ

କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)- ରାଉରକେଲା ଷ୍ଟିଲ ପ୍ଲାନ୍ଟର ମହାପ୍ରବନ୍ଧକ ଜ୍ୟୋତି ପ୍ରକାଶ ମଲ୍ଲିକଙ୍କ ପିତା ତଥା କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ପଦନିପାଳ ଗ୍ରାମର ଘନ ମୋହନ ମଲ୍ଲିକଙ୍କର ବୁଧବାର ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ମଲ୍ଲିକ ଭୁବନେଶ୍ୱରସ୍ଥିତ ଅଡିଟର ଜେନେରାଲଙ୍କ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ । ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପଦନିପାଳର ଗ୍ରାମବାସୀ ଓ ଭୁବନେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭିର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟେ ପୁଅ, ବୋହୁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଜ୍ୟୋତି ପ୍ରକାଶ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *