କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)- ଚକ୍ରୋଡା ଆଂଚଳିକ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସ୍ୱର୍ଗତ ଭରତ ଚନ୍ଦ୍ର ସାହୁଙ୍କ ପତ୍ନୀ ମାମିନା ସାହୁଙ୍କୁ ଓଷ୍ଟା ପକ୍ଷରୁ ମୃତୁ୍ୟ କାଳୀନ ଅନୁକମ୍ପା ରାଶି ବାବଦରେ ୫ହଜାର ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମସ୍ଥିତ ତାଙ୍କ ବାସଭବନରେ ରାଜ୍ୟ ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଉପସଭାପତି ବାବାଜୀ ଚରଣ ବାରିକ, ଯୁଗ୍ମ ସମ୍ପାଦକ ନାରାୟଣ ଚନ୍ଦ୍ର ପଣ୍ଡା ପ୍ରମୁଖ ପହଂଚି ତାଙ୍କ ପତ୍ନୀ ମାମିନା ସାହୁଙ୍କୁ ଓଷ୍ଟା ପକ୍ଷରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଅର୍ଥରାଶି ପ୍ରଦାନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ପ୍ରସାଦ ଦ୍ୱିବେଦୀ, ଶିକ୍ଷକ ବିଜୟାନନ୍ଦ ସାହୁ, ବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସଦସ୍ୟ ହୋଇଥିବା ବେଳେ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀଙ୍କର ବିୟୋଗ ହେଲେ ମୃତ ପରିବାର ସଦସ୍ୟଙ୍କୁ ୫ହଜାର ଟଙ୍କାର ମୃତୁ୍ୟକାଳୀନ ଅନୁକମ୍ପା ରାଶି ଓଷ୍ଟା ପକ୍ଷରୁ ପ୍ରଦାନ କରାଯାଇଥାଏ । ଓଡ଼ିଶା ସମାଚାର