Saturday , August 13 2022
Breaking News
Home / ବିଶେଷ / ମହିଳାଙ୍କ ବେକରୁ ଛିଣ୍ଡାଇ ନେଇଥିବା ସୁନା ଚେନ୍ ଉଦ୍ଧାର – ୪ ଗିରଫ

ମହିଳାଙ୍କ ବେକରୁ ଛିଣ୍ଡାଇ ନେଇଥିବା ସୁନା ଚେନ୍ ଉଦ୍ଧାର – ୪ ଗିରଫ

କଟକ,୦୨/୧୨/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ସମ୍ପ୍ରତି ଗତ ଅଗଷ୍ଟ ୨୭ ତାରିଖରେ କଟକ ଓଏମପି ଛକ ଠାରେ ଜଣେ ମହିଳାଙ୍କ ବେକରୁ ଛିଣ୍ଡାଇ ନେଇଥିବା ସୁନା ଚେନ୍ ଜବତ ହେବା ସହ ଚାଉଳିଆଗଂଜ ଥାନା ପୋଲିସ ଅପରାଧୀ ଙ୍କୁ ଗିରଫ କରିଛି । କଟକ ଡ଼ିସିପି ଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜ ରେ ଦିଆଯାଇଥିବା ସୂଚନା ଅନୁସାରେ ଗତ ଅଗଷ୍ଟ ୨୭ ତାରିଖ ସକାଳ ସାଢ଼େ ୯ ଟାରେ ରଘୁନାଥପୁର ଅଂଚଳର ଅର୍ଚ୍ଚନା ସାହୁ ନାମକ ଜଣେ ମହିଳା ବସ ରେ ରଘୁନାଥପୁର ରୁ ଆସି କଟକ ଓଏମପି ଛକ ଠାରେ ବସ ରୁ ଓହ୍ଲାଇ ଢ଼େଙ୍କାନାଳ ଯିବା ପାଇଁ ଚାଲି ଚାଲି ଢ଼େଙ୍କାନାଳ ବସ ଷ୍ଟାଣ୍ଡକୁ ଯାଉଥିଲେ । ଏହି ସମୟରେ ୨ ଜଣ ଅଜଣା ଯୁବକ ଏକ କଳା ପଲସର ରେ ଆସି ହଠାତ ତାଙ୍କ ବେକରୁ ସୁନା ଚେନା ଛିଣ୍ଡାଇ ନେଇ ପଳାଇ ଯାଇଥିଲେ । ଏ ସମ୍ପର୍କରେ ଅର୍ଚ୍ଚନା ଚାଉଳିଆଗଂଜ ଥାନାରେ ଏକ ଲିଖିତ ଏତଲା ଦାଖଲ କରିଥିଲେ । ଚାଉଳିଆଗଂଜ ଥାନାରେ କେଶ ନଂ ୩୩୦ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା । ମାମଲାର ତଦନ୍ତ ସମୟରେ ଗତ ନଭେମ୍ବର ୨୯ ତାରିଖରେ ଜଗତସିଂହପୁର ଜିଲା ଏରସମା ଅଂଚଳର ବିକ୍ରମ ବିଶ୍ୱାଳ ଓ ଢ଼େଙ୍କାନାଳ ଜିଲା ସଦର ଥାନା ଅଂଚଳର ଅଜୟ ବେହେରା ନାମକ ୨ ଜଣ ଅପରାଧୀ ଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରିବା ସମୟରେ ୩ ଟି ସୁନା ଚେନ୍ ମର୍କତନଗର ଥାନା ଅଂଚଳର ସିଡ଼ିଏ ସେକ୍ଟର ୬ , ପ୍ଲଟ ନଂ ୮୭୯/୩ଜି ରେ ରହୁଥିବା ପଶ୍ଚିମବଂଗ ଅଂଚଳର ବିଶ୍ୱନାଥ ମାନା ଓ ବିଡ଼ାନାସୀ ଥାନା ଫାୟାର ଷ୍ଟେସନ ନିକଟ ବସ୍ତି ର ଓମନାଥ ସାହା ଙ୍କୁ ବିକ୍ରୀ କରିଥିବା ସ୍ୱିକାର କରିଥିଲେ । ତଦନ୍ତ ସମୟରେ ଓଏମପି ଛକରେ ଛିଣ୍ଡାଇ ନେଇଥିବା ସୁନା ଚେନ୍, ଅପର୍ଣ୍ଣାନଗର ରୁ ଛିଣ୍ଡାଇ ନେଇଥିବା ଅନ୍ୟ ଏକ ସୁନା ଚେନ ଓ ଜଗତପୁର ଖଇରା ପୋଲ ନିକଟରୁ ଛିଣ୍ଡାଇ ନେଇଥିବା ଅନ୍ୟ ଏକ ଚେନ୍ ଜବତ ହୋଇଥିଲା । ଗତକାଲି ଅଭିଯୁକ୍ତ ବିଶ୍ୱନାଥ ମାନା ଓ ଓମନାଥ ସାହା ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ବିକ୍ରମ ନାମରେ ମଙ୍ଗଳାବାଗ, ପୁରୀଘାଟ,ବେଗୁନିଆ, ଝାରସୁଗୁଡ଼ା,ଚାଉଳିଆଗଂଜ ଓ ଜଗତପୁର ଥାନାରେ ୯ ଟି ମାମଲା ରହିଛି । ସେହିପରି ଅଜୟ ବେହେରା ଝାରସୁଗୁଡ଼ା ଓ ଚାଉଳିଆଗଂଜ ଥାନାର ୩ ଟି ମାମଲାରେ ସମ୍ପୃ୍କ୍ତ । ଅଭିଯୁକ୍ତ କ୍ରେତା ବିଶ୍ୱନାଥ ନାମରେ ଚାଉଳିଆଗଂଜ ଥାନାରେ ୨ ଟି ମାମଲା ରହିଥିବାବେଳେ ଓମନାଥ ସାହା ଚାଉଳିଆଗଂଜ ଓ ଜଗତପୁର ଥାନାର ୨ ଟି ମାମଲାରେ ସମ୍ପୃକ୍ତ ଥିବା ପ୍ରେସ ରିଲିଜ ରେ ସୂଚନା ଦିଆଯାଇଛି । ଏମାନଙ୍କ ନାମରେ ଅନ୍ୟ କେଉଁ ଥାନାରେ ମାମଲା ରହିଛି, ତାହା ସଂଗ୍ରହ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.