ନିରାକାରପୁର, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରିଆ ପଂଚାତର ବଡପୋଖରିଆ ଏବଂ ବୋଡଙ୍ଗରା ପାଟଣା ଗା୍ରମ ମଧ୍ୟରେ ଦିର୍ଘ ଦିନ ହେବ ରାଜନୈତିକ ହିଂସା ଓ ଅଶାନ୍ତି ଲାଗିରହିଥିଲା । ଦୁଇ ଗା୍ରମର ଏହି ହିଂସାକୁ ରୋକିବା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଜରିଆରେ ବୁଧବାର ଦିନ ବଡପୋଖରିଆ ହାଇସ୍କୁଲ ପ୍ରଙ୍ଗଣରେ ଏକ ଶାନ୍ତି ବୈଠକ ହୋଇଯାଇଛି । ବୈଠକରେ ଉଭୟ ଗା୍ରମର ଗୋଷ୍ଠିଙ୍କୁ ଏକାଠି ବସାଇ ସମସ୍ତ କଥାକୁ ସମାଧାନ କରାଯାଇ ଆଗାମି ଦିନରେ କିଭଳି ଶାନ୍ତି ପ୍ରତିଷ୍ଠା ଲାଭକରିବ ତାହା ସର୍ବସମ୍ମତି କ୍ରମେ ନିଷ୍ପତି କରାଯାଇଥିଲା । ବୈଠକରେ ଦୁଇ ଗା୍ରମର ଲିଙ୍ଗରାଜ ପାଇକରାୟ,ସଚିନ ବଳିଆରସିଂହ,ଜ୍ୟୋସ୍ନାରାଣୀ ଜେନା,ଦୈତାରି ସାମନ୍ତରାୟ,ହରିବନ୍ଧୁ ମୁଦୁଲି,ପର୍ଶୁରାମ ତୀ୍ରପାଠୀ,ବିଷ୍ଣୁ ଚରଣ ଜେନା ,ରବିନ୍ଦ୍ର ଦଳେଇ,ନବ ପ୍ରଧାନ,ସ୍ଥାନୀୟ ସରପଂଚ ସାଗର ବଳିଆରସିଂହ ଏବଂ ଉଭୟ ଗା୍ରମର ଶାନ୍ତି କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ସମସ୍ତେ ଆଗାମୀ ଦିନରେ ଦୁଇ ଗା୍ରମର ଶାନ୍ତି ଫେରାଇବା ପାଇଁ ଶପଥ ନେଇଛନ୍ତି । ଓଡ଼ିଶା ସମାଚାର