Wednesday , January 26 2022
Breaking News
Home / ବିଶେଷ / ନିକିରାଇ ଥାନାଧିକାରୀଙ୍କୁ ଭେଟିଲେ ୧୪ ସରପଂଚ

ନିକିରାଇ ଥାନାଧିକାରୀଙ୍କୁ ଭେଟିଲେ ୧୪ ସରପଂଚ

କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ଥାନା ଅଧିନ ୧୪ଟି ଗ୍ରାମପଂଚାୟତର ସରପଂଚ ଓ ସରପଂଚଙ୍କ ପ୍ରତିନିଧିମାନେ ଗୁରୁବାର ନିକିରାଇ ଥାନାରେ ନୂତନ ଭାବେ ଯୋଗଦେଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ କାଦମ୍ବିନୀ ପରିଡ଼ାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଥାନା ଅଂଚଳରେ ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ମୁକ୍ତ ଅଂଚଳ କରାଯିବା ପାଇଁ ପ୍ରୟାସ ଓ ଭାଇଚାରା ରକ୍ଷା କରିିବା ପାଇଁ ଆଲୋଚନା କରିଛନ୍ତି । ଏହି ଅବସରରେ କୁତରଙ୍ଗ ଗ୍ରାମ ପଂଚାୟତ ସରପଂଚ ସୀତାସୁନ୍ଦରୀ ମଲ୍ଲିକ କହିଥିଲେ ଯେ ତାଙ୍କ ପଂଚାୟତ ସମେତ ଆଖପାଖ ପଂଚାୟତ ଗୁଡିକରେ କିପରି ଅପରାଧ ନିୟନ୍ତ୍ରଣ ହେବ  ସେ ନେଇ ଆମେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବୁୁ । ସେହିପରି ଅଂଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା  ପାଇଁ ମଧ୍ୟ ଆମେ ପୋଲିସକୁ ସହଯୋଗ କରିବୁ । ଅନ୍ୟ ସରପଂଚ ଓ ସରପଂଚଙ୍କ ପ୍ରତିନିଧିମାନେ ନିକିରାଇ ଥାନାକୁ ପଂଚାୟତ ଗୁଡିକ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରାଯିବ ବେଲି ପ୍ରତିଶୃତି ଦେଇଥିଲେ । ଆମେ ଚେଷ୍ଟା କରିବୁ ଯେପରି ବିଭିନ୍ନ ପରିସ୍ଥିତିରେ ଭାଇଚାରା ରକ୍ଷା କରାଯାଇ ପାରିବ ।  ଠିକ ସେହିପରି ଥାନାଧିକାରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ ଲୋକମାନଙ୍କ ବିନା ସହଯୋଗରେ ପୋଲିସ ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିିବା ସମ୍ଭବ ନୁହେଁ । ସେହିପରି କୌଣସି ଅପରାଧ ଘଟିଲେ ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟ ଜନ ପ୍ରତିନିଧି ଓ ଜନସାଧାରଣଙ୍କ ଗୁରତ୍ୱପୂର୍ଣ୍ଣ ଭୂମିକା ରହିଛି । ପଂଚାୟତ ସ୍ତରରେ ଜନ ପ୍ରତିନିଧିମାନଙ୍କ ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ହୋଇଥାଏ । ତେଣୁ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ଥାନା ପକ୍ଷରୁ ଜନ ପ୍ରତିନିଧିମାନଙ୍କ ସହଯୋଗ ଲୋଡାଯିବ । ଏହି ସାକ୍ଷାତ ସମୟରେ ନିକିରାଇ ସରପଂଚ ସନତ କୁମାର ଜେନା, ଢୋଲ ସରପଂଚ ଝୁନା ମଲ୍ଲିକ, କୁତରଙ୍ଗ ଗ୍ରାମ ପଂଚାୟତର ଯୁବନେତା ନରୋତମ ମଲ୍ଲିକ ଇନ୍ଦୁପୁର ସରପଂଚ ରୀନା ମଲ୍ଲିକ, ଧୂମାତ ସରପଂଚ ନରହରି ପାଣି,  କୋରୋ ସରପଂଚ ତଅପୋଇ ମଲ୍ଲିକ, ନହଙ୍ଗ ସରପଂଚ ଉମାକାନ୍ତ ନାୟକ, ଛୋଟୀ ସରପଂଚ କୁମାର ଚନ୍ଦ୍ର ବଳ, ମଙ୍ଗଳପୁର ସରପଂଚ ପ୍ରଭାତ କୁମାର ମଲ୍ଲିକ, ଚାରିଗାଁ ସରପଂଚ ଭାରତୀ ମଲ୍ଲିକ, ପଳସିଂହା ସରପଂଚ କାଦମ୍ବିନୀ ମହାପାତ୍ର, ଘାଗରା ସରପଂଚ ରବିନ୍ଦ୍ର ମଲ୍ଲିକ, କଳାକାର ମଲ୍ଲିକ, ଶରତ କୁମାର ମଲ୍ଲିକ ଓ ଅନନ୍ତ ପ୍ରସାଦ ମଲ୍ଳିକଙ୍କ ସମେତ ନିକିରାଇ ଥାନାର ଏ.ଏସ.ଆଇ. ରଣେନ୍ଦ୍ର ସାମଲ ଏବଂ ଏ.ଏସ.ଆଇ. ଶରତ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।   ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *