Wednesday , January 19 2022
Breaking News
Home / ବିଶେଷ / ତେଣ୍ଡାକୁଡ଼ାରେ ସମାଜ ସେବୀ ଙ୍କ କମ୍ବଳ ବଂଟନ 

ତେଣ୍ଡାକୁଡ଼ାରେ ସମାଜ ସେବୀ ଙ୍କ କମ୍ବଳ ବଂଟନ 

ଗରଦପୁର, ୦୨/୧୨/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଅଂଚଳର ବିଶିଷ୍ଟ ସମାଜ ସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ ଗରଦପୁର ବ୍ଲକ୍ ର ତେଣ୍ଡାକୁଡ଼ା ଅଂଚଳରେ ଗତକାଲି ଦଳିତ ଦୁସ୍ଥ ଲୋକଙ୍କୁ ଭେଟି ସହାୟତାର ହାତ ବଢ଼ାଇଛନ୍ତି । ସମାଜସେବୀ ଶ୍ରୀ ରାଉତ ସେଠାରେ ଅସହାୟ ଗରୀବ ବରିଷ୍ଠ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଂଟନ କରିଛନ୍ତି । ତେଣ୍ଡାକୁଡ଼ା ଗ୍ରାମର ଲତା ଦେଇ , ମଂଜରୀ ମଲିକ, ଶଶି ଦେଇ, ଖୁଲଣା ଦାସ, ମାନ ସେଠୀ, ବିଳାସୀ ଦେଇ, ଛଇଳା ଦେଇ, ହରି ମଲିକ, ସରୋଜ ଦାସ , ଚୈତନ୍ୟ ମଲିକ , ବାବୁନୀ ଦାସ , ରଙ୍ଗାଧର ମଲିକ ପ୍ରମୁଖ ଙ୍କୁ ଶୀତ ପଡ଼ିଥିବାରୁ ଶ୍ରୀ ରାଉତ କମ୍ବଳ ବଂଟନ କରିଥିଲେ । ଏହି କମ୍ବଳ ବଂଟନ ସମୟରେ ଗ୍ରାମର ସୁଧାଂଶୁ ମହାନ୍ତି, ଦୀପକ ସେଠୀ, ଶ୍ୟମସୁନ୍ଦର ସେଠୀ, ପାରେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *