Wednesday , October 4 2023
Breaking News
Home / ବିଶେଷ / ଜଗତପୁର ରୁ ଚୋରୀ ଗାଡ଼ି ତେଣ୍ଡାକୁଡ଼ା ରୁ ଉଦ୍ଧାର 

ଜଗତପୁର ରୁ ଚୋରୀ ଗାଡ଼ି ତେଣ୍ଡାକୁଡ଼ା ରୁ ଉଦ୍ଧାର 

ଗରଦପୁର, ୦୨/୧୨/୨୦୨୧(ଓଡ଼ିଶା ସମାଚାର)- ସମ୍ପ୍ରତି କଟକ ଜଗତପୁର ରୁ ଚୋରୀ ହୋଇଥିବା ଏକ ଗାଡ଼ି ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ କଟକ ଜଗତପୁର ରୁ ଏକ ଅଶୋକ ଲେଲ୍ୟାଣ୍ଡ ନଂ ଓଡ଼ି୦୫ବି ଏ ୮୨୧୧ ଚୋରୀ ହୋଇଥିଲା । ସେ ଗାଡ଼ିଟିରେ ଜିପିଆରଏସ ସିଷ୍ଟମ ଥିଲା । ଗାଡ଼ିଟି ଚୋରୀ ହୋଇଯାଇଥିବା ଜାଣି ଗାଡ଼ିର ମାଲିକ ଜିପିଆରଏସ କୁ ଅନ୍ କରିବା ପରେ ଗାଡ଼ି ଟି ପାଟକୁରା ଥାନା ଅଂଚଳରେ ଥିବା ଜାଣିବାକୁ ପାଇଥିଲେ । ସେ ଜଗତପୁର ଥାନାରେ ଏ ସମ୍ପର୍କରେ ଲିଖିତ ଏତଲା ଦେଇ ଜଗତପୁର ପୋଲିସ ସହାୟତାରେ ତେଣ୍ଡାକୁଡ଼ା ର ଏକ ସ୍ଥାନରେ ଗାଡ଼ିଟି ରହିଥିବା ଦେଖି ତାକୁ ଉଦ୍ଧାର କରିଥିଲେ । ତେବେ ଗାଡ଼ିର ଚୋର କୁ ଧରିବା ପାଇଁ ଜଗତପୁର ଥାନା ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *