Thursday , January 20 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ୍ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାକୁ +୩ ଅଧ୍ୟକ୍ଷ ମଧୁସୂଦନ କାମିଲା ଓ +୨ ଅଧ୍ୟକ୍ଷ ଗଙ୍ଗାଧର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ୱେଚ୍ଛାସେବୀମାନେ ଶୋଭାଯାତ୍ରରେ ସାନ୍ଧ୍ୟ ମହାବିଦ୍ୟାଳୟ ନିକଟରୁ ବାହାରି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି ପଥପ୍ରାନ୍ତନାଟକ, ପ୍ଲାକାର୍ଡ ଓ ଏଡସ୍ର ସ୍ଲୋଗାନ୍ ଜରିଆରେ ସହରବାସୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସର କାଉନସିଲର ମନୋଜ କୁମାର ଜେନା ଓ ଜାତୀୟ ସେବା ଯୋଜନାର ଦୁଇ କାର୍ଯ୍ୟକାରୀ ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି ଓ ଗିରିଜାକାନ୍ତ ଦାସ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର  ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *